କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟର ୟାସିର ସାହଙ୍କ ନାଁରେ ସାଂଘାତିକ ଅଭିଯୋଗ । ୟାସିର ଓ ତାଙ୍କ ବନ୍ଧୁଙ୍କ ନାଁରେ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଓ ଧମକ ଦେବା ନେଇ ମାମଲା ରୁଜୁ ହୋଇଛି । ପୋଲିସ ଉକ୍ତ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନେବ । ତେବେ ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ କିମ୍ବା ୟାସିରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଅନୁସାରେ ୟାସିର ଶାହାଙ୍କ ବନ୍ଧୁ ଫରହାନ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଏହାର ଭିଡ଼ିଓ ବନାଇଥିଲେ । ପରେ ୟାସିରଙ୍କ ସହ ନାବାଳିକାଙ୍କର କଥାବାର୍ତ୍ତା କରାଇଥିଲେ । ଦାୟର ହୋଇଥିବା ମାମଲା ଅନୁଯାୟୀ, ୟାସିର ଉକ୍ତ ନାବାଳିକାଙ୍କୁ ଧମକ ଦେବା ସହ ଚୁପ୍ ରହିବାକୁ କହିଥିଲେ । ଏପରିକି ବନ୍ଧୁ ଫରହାନଙ୍କୁ ବିବାହ କରିବାକୁ ମଧ୍ୟ ଚାପ ପକାଇଥିଲେ । ଏପରିକି ଏହି ମାମଲାକୁ ରଫାଦଫା କରିବାକୁ ନାବାଳିକାଙ୍କୁ ଏକ ଫ୍ଲାଟ ଦେବା ସହ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରଲୋଭନ ଦେଇଥିଲେ ୟାସିର ।
FIR registered against test cricketer Yasir Shah and his friend in shalimar police station Islamabad with rape allegations. A video of victim for blackmailing was made by friend of Yasir Shah whereas Yasir threatened the victim on call too. Perhaps an end to international career!
— Arfa Feroz Zake (@ArfaSays_) December 20, 2021
ୟାସିର ସାହଙ୍କ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଜଣେ ମହିଳାଙ୍କୁ ଦୁଷ୍କର୍ମ ସହ ଧମକ ଦେବା ନେଇ ବାବର ଆଜମଙ୍କ ନାଁରେ ଅଭିଯୋଗ ଆସିଥିଲା । ତେବେ ବାବରଙ୍କ ନାଁରେ ଆସିଥିବା ଏହି ଅଭିଯୋଗ ପ୍ରମାଣିତ ହୋଇପାରିନଥିଲା ।