ପ୍ରକୃତି ଦେଖାଇଦେଲା ପାକିସ୍ତାନ ! ନିଜ ସୈନ୍ୟଙ୍କ ଶବ ସହ କଲା ଭେଦଭାବ , ସାମ୍ନାକୁ ଆସିଲା ପାକ୍ ସେନାର ଅସଲ ଚେହେରା ।

1,087

ନିଜ ସୈନ୍ୟଙ୍କ ମଧ୍ୟରେ ହିଁ ଭେଦଭାବ କରିବା ଭଳି ଘୃଣ୍ୟ କାମ କରିଛି ପାକିସ୍ତାନ । ଦୋମୁହାଁ ଚରିତ୍ର ଭଳି କାମ କରୁଥିବା ପାକ୍ ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନର ଅସଲ ଚେହେରା ନଜର ଆସୁଛି । ବାସ୍ତବରେ ପାକ୍ ସୀମାରେ ନିହତ ହୋଇଥିବା ପଞ୍ଜାବୀ ମୁସଲିମ୍ ଯବାନଙ୍କ ଶବକୁ ତ ପାକିସ୍ତାନ ନେଇଯାଉଛି କିନ୍ତୁ ପିଓକେ ତଥା ଅନ୍ୟ ଅଞ୍ଚଳରେ ପଡିଥିବା ଯବାନଙ୍କ ଶବକୁ ସାଙ୍ଗରେ ନେଉନାହାନ୍ତି ପାକ୍ ସୈନ୍ୟ ।

ଜମ୍ମୁ-କାଶ୍ମୀରର ହାଜିପୁର ସେକ୍ଟରରେ ଥିବା ଭାରତୀୟ ସେନା ପାକିସ୍ତାନର ୨ ଜଣ ଯବାନଙ୍କୁ ମାରି ଗଡାଇଛନ୍ତି । ପାକ୍ ଦ୍ୱାରା ଯୁଦ୍ଧବିରାମକୁ ଉଲ୍ଲଘଂନ କରିବା ପରେ ଭାରତୀୟ ଯବାନ ମାନେ ମୁହଁଭଙ୍ଗା ଯବାବ୍ ଦେଇ ପାକ୍ ସୈନ୍ୟଙ୍କୁ ମାରି ଗଡାଇଛନ୍ତି । ମୃତ ସୈନ୍ୟଙ୍କ ଶବକୁ ନେବା ପାଇଁ ପାକ୍ ସେନା ଧଳା ପତାକା ଦେଖାଇ ମୃତ ଶରୀରକୁ ନେଇଯାଇଥିଲେ । ଯାହାର ଗୋଟିଏ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପାକ୍ ସେନା ହାତରେ ଧଳା ପତାକା ଧରି ପାହାଡରୁ ତଳକୁ ଓହ୍ଲାଇ ଆସି ଶବ ନେଇ ଯାଉଛନ୍ତି । ସେମାନେ ପଞ୍ଜାବୀ ମୁସଲିମ୍ ଯବାନଙ୍କ ଶବ ସିନା ନେଇ ଯାଉଛନ୍ତି କିନ୍ତୁ ପିଓକେର ହାଜିପୁର ସେକ୍ଟରରେ ପଡିଥିବା ସୈନ୍ୟଙ୍କ ଶବକୁ ନେଉନାହାନ୍ତି । ପାକ୍ ସେନା ପୂର୍ବରୁ ଭାରତୀୟ ସେନାକୁ ଶବ ନେବା ପାଇଁ ଅପିଲ୍ କରିଥିଲା ।