ମୁହଁ ଖୋଲିଲେ ମନ୍ତ୍ରୀ ସଂଜୟ ଦାସବର୍ମା

22

ପାଜେରୋ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତିି ମନ୍ତ୍ରୀ ସଂଜୟ ଦାସବର୍ମା । ସିବିଆଇ ନିକଟରେ ସେ ସବୁ ତଥ୍ୟ ରଖିଛନ୍ତିି । ଏନେଇ ତଦନ୍ତ ଚାଲିଛି , ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ଖୋଲା ଆହ୍ୱାନ ଦେଇଛନ୍ତି । ମାଧବିଲତା ଘଟଣା ଭଳି ତାଙ୍କ ବିରୋଧରେ ଏହା ବିରୋଧିଙ୍କ ଏକ ଷଡଯନ୍ତ୍ର  ବୋଲି ସଂଜୟ କହିଛନ୍ତି । ପୁରୀରେ ଆୟୋଜିତ ଆହର କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ରଖିଛନ୍ତି । ଗତକାଲି ବିଜେପି ଓ କଂଗ୍ରେସ ପକ୍ଷରୁ ସଂଜୟଙ୍କ ଇସ୍ତଫା ଦାବି କରାଯାଇଥିଲା । ଏନେଇ କଂଗ୍ରେସ ନେତା ଲୁଲୁ ମହାପାତ୍ର ସଂଜୟଙ୍କ ପରିବାର କିଭଳି ଏତେ ଶୀଘ୍ର ଏତେ କମ୍ପାନୀର ମାଲିକ ହେଲେ ବୋଲି ପ୍ରଶ୍ନ ଉଠାଇଥିଲେ । ଏହାସହ ଆସନ୍ତା ମଙ୍ଗଳବାର ସେ ଏକ ବଡ଼ ଧରଣର ଖୁଲାସା କରିବେ ବୋଲି ମଧ୍ୟ କହିଛନ୍ତିିି ।