ମାରିଦେଲା କରୋନା । ସଙ୍କଟରେ ପୁରୀ ରଘୁରାଜପୁରରେ ପଟ୍ଟଚିତ୍ର ଶିଳ୍ପ : ଆସୁନାହାନ୍ତି ଗ୍ରାହକ, ବେପାର ମାନ୍ଦା ।  ଜୀବିକା ପାଇଁ ସଂଘର୍ଷ କରୁଛନ୍ତି କାରିଗର

85

କନକ ବ୍ୟୁରୋ : ମାରିଦେଲା କରୋନା । ବେପାର ମାନ୍ଦା ଯୋଗୁଁ ସଙ୍କଟରେ ପୁରୀ ରଘୁରାଜପୁରର ପ୍ରସିଦ୍ଧ ପଟ୍ଟଚିତ୍ର ଶିଳ୍ପ ।  ପୁରୀରୁ ମାତ୍ର ୧୦ କିଲୋମିଟର ଦୂରରେ ଅଛି ଶିଳ୍ପୀଗ୍ରାମ ରଘୁରାଜପୁର ।  ଏଠାକାର ପଟ୍ଟଚିତ୍ର ଶିଳ୍ପ ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପର୍ଯ୍ୟଟକଙ୍କୁ ନେଇ ବଂଚୁଥିବା ଏହି ଶିଳ୍ପୀଗ୍ରାମ ଏବେ ସଙ୍କଟରେ  । କରୋନା ଯୋଗୁଁ ଏବେ ଏଠାକୁ ନା ଆସୁଛନ୍ତି ପର୍ଯ୍ୟଟକ ନା ହେଉଛି ବେପାର ।

ଫଳରେ ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପ ବ୍ୟବସାୟ ବେଶ ପ୍ରଭାବିତ ହୋଇଛି ।  ହାତି ବାନ୍ଧି ବସିଛନ୍ତି ଶିଳ୍ପୀ ।  ତିଆରି କରିଥିବା ପଟ୍ଟଚିତ୍ରଗୁଡିର ନଷ୍ଟ ହେବାକୁ ବସିଲାଣି ।  ବ୍ୟବସାୟୀ ହେଉନଥିବାରୁ ଆଉ କାମ କରୁନାହାନ୍ତି ଶିଳ୍ପୀ ।  ଏଭଳି ସ୍ଥିତିରେ ଗ୍ରାଉଣ୍ଡଜିରରୋ ସ୍ଥିତି ପରଖିଛି କନକନ୍ୟୁଜ ।