କନକ ବ୍ୟୁରୋ : ମାରିଦେଲା କରୋନା । ବେପାର ମାନ୍ଦା ଯୋଗୁଁ ସଙ୍କଟରେ ପୁରୀ ରଘୁରାଜପୁରର ପ୍ରସିଦ୍ଧ ପଟ୍ଟଚିତ୍ର ଶିଳ୍ପ । ପୁରୀରୁ ମାତ୍ର ୧୦ କିଲୋମିଟର ଦୂରରେ ଅଛି ଶିଳ୍ପୀଗ୍ରାମ ରଘୁରାଜପୁର । ଏଠାକାର ପଟ୍ଟଚିତ୍ର ଶିଳ୍ପ ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପର୍ଯ୍ୟଟକଙ୍କୁ ନେଇ ବଂଚୁଥିବା ଏହି ଶିଳ୍ପୀଗ୍ରାମ ଏବେ ସଙ୍କଟରେ । କରୋନା ଯୋଗୁଁ ଏବେ ଏଠାକୁ ନା ଆସୁଛନ୍ତି ପର୍ଯ୍ୟଟକ ନା ହେଉଛି ବେପାର ।
ଫଳରେ ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପ ବ୍ୟବସାୟ ବେଶ ପ୍ରଭାବିତ ହୋଇଛି । ହାତି ବାନ୍ଧି ବସିଛନ୍ତି ଶିଳ୍ପୀ । ତିଆରି କରିଥିବା ପଟ୍ଟଚିତ୍ରଗୁଡିର ନଷ୍ଟ ହେବାକୁ ବସିଲାଣି । ବ୍ୟବସାୟୀ ହେଉନଥିବାରୁ ଆଉ କାମ କରୁନାହାନ୍ତି ଶିଳ୍ପୀ । ଏଭଳି ସ୍ଥିତିରେ ଗ୍ରାଉଣ୍ଡଜିରରୋ ସ୍ଥିତି ପରଖିଛି କନକନ୍ୟୁଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/14-3.jpg)