କାର ଭିତରେ ଛଟପଟ ହୋଇ ମରିଥିଲେ ମମିତା । ପ୍ରମାଣ ଦେଉଛି କାରର ପଛ ସିଟ୍

408

କନକ ବ୍ୟୁରୋ : କାରରେ ତଣ୍ଟି ଚିପି ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ଶ୍ୱାସରୁଦ୍ଧ କାରଣରୁ ମମିତାଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣା ପଡିଛି । ଗୋବିନ୍ଦ ନିଜେ ମମିତାଙ୍କ ତଣ୍ଟି ଚିଥିଲେ । କାର ଭିତରେ ଛଟପଟ ହୋଇ ମମିତାଙ୍କ ଜୀବନ ଚାଲିଯାଇଥିଲା ।
ସୂଚନା ଅନୁଯାୟୀ, ଏକ ମାରୁତି ୱାଗନ୍-ଆର୍ କାର ଭିତରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଭବାନିପାଟଣାରୁ ଫେରିବା ବାଟରେ ସୈତାନ୍ ଗୋବିନ୍ଦ ସାହୁ ମମିତାଙ୍କୁ କାର ଭିତରେ ତଣ୍ଟି ଚିପି ହତ୍ୟା କରିଛି । କାର ଭିତରେ ତଣ୍ଟି ଚିପି ହତ୍ୟା କରିବା ସମୟରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ ମ ମିତା । କିନ୍ତୁ ଗୋବିନ୍ଦଙ୍କ ହାତରୁ ନିଜକୁ ବଞ୍ଚାଇ ପାରିନଥିଲେ । ଶ୍ୱାସରୁଦ୍ଧ ହେବା କାରଣରୁ ତାଙ୍କ ସେହି କାର ଭିତରେ ହିଁ ଜୀବନ ଚାଲିଯାଇଥିଲା । କିନ୍ତୁ କାର ଭିତରେ ଜୀବନ ବଞ୍ଚାଇବା ପାଇଁ ଗୋବିନ୍ଦ ଏବଂ ମମିତାଙ୍କ ମଧ୍ୟରେ ଯେଉଁ ଲଢେଇ ହୋଇଥିଲା, ସେଥିରେ କାରର ପଛ ସିଟ୍ ଚିରି ଯାଇଛି । ଯାହା ପ୍ରମାଣ କରୁଛି, ଜୀବନ ବଞ୍ଚାଇବା ପାଇଁ ମମିତା କେତେ ଛଟପଟ ହୋଇଥିବେ । କେତେ ବିକଳ ହୋଇଥିବେ ।