କନକ ବ୍ୟୁରୋ : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ପ୍ରଦାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି । ବରୁଣେଇ ସହ ପୁରୀର ବ୍ରହ୍ମଗିରି ଗଡ ରୋଡଙ୍ଗ ଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ କାମ କରାଯିବ । ବରୁଣେଇ ପାହାଡ ପାଦଦେଶରେ ସ୍ମାରକୀ ନିର୍ମାଣ କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ୨୫ ଏକର ଜମି ପ୍ରଦାନ କରିବାକୁ ଓଡିଶା ସରକାରଙ୍କୁ ପୂର୍ବରୁ ଅନୁରୋଧ କରାଯାଇ ସାରିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ନୂଆଦିଲ୍ଲୀ ଠାରେ ୧୬ତମ ଇଣ୍ଡିଆନ ଅଏଲ ଫାଉଣ୍ଡେସନର ଟ୍ରଷ୍ଟି ବୋର୍ଡର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଅନ୍ୟାନ ସ୍ଥାନରେ ଟ୍ରଷ୍ଟ ଦ୍ୱାରା କରାଯାଉଥିବା ପ୍ରକଳ୍ପ ଗୁଡିକର କ୍ରିୟାନ୍ୱୟନକୁ ନେଇ ଆଲୋଚନା କରାଯାଉଥିଲା । ଏଥିରେ ମୁମ୍ବାଇର କାନହେରି ଗୁମ୍ଫା, ବିହାରର ଅଶୋକ ପିଲାର, ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର, ବାଙ୍ଗାଲୋରର ଭୋଗନନ୍ଦିଶ୍ୱର ମନ୍ଦିର, ବିହାରର ଖାଜେଖାଲାନ ଘାଟ ଓ ପୋର୍ଟ ବ୍ଲେୟାରର ସେଲୁଲାର ଜେଲ ପ୍ରକଳ୍ପର କାର୍ଯ୍ୟନ୍ୱୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-30-at-9.50.58-PM.png)
/kanak/media/post_attachments/wp-content/uploads/2018/05/paika-300x173.jpg)