କନକ ବ୍ୟୁରୋ: ପୁରାତନ କୀର୍ତିରାଜି ତଥା ପର୍ୟ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ସରକାର । ଏପରିକି ଲୋକ ଲୋଚନକୁ ଆଣିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି  ।  ହେଲେ ସରକାର ଙ୍କ ଦୃଷ୍ଟି ଆଢୁଆଳର ସ୍ବାଧୀନତାର ଏନ୍ତୁଡ଼ି ଶାଳ କୁହାଯାଉଥିବା ଖୋର୍ଦ୍ଧା ଗଡ଼ ।

Advertisment

ଅନାବନା ଗଛରେ ଲୁଚି ଯାଇଛି ସ୍ୱାଧିନତା ଲଢେଇର ଇତିହାସ । ଲତା ଆଢୁଆଳରେ ରହିଥିବା ଐତିହ ସମ୍ପର୍ଣ୍ଣ କୀର୍ତିରାଜି ପୂର୍ଣ୍ଣ ଏହି ଦୁର୍ଗ ହେଉଛି ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼। ଏଇଠୁ ବାଜିଥିଲା ପାଇକ ବିଦ୍ରୋହର ପ୍ରଥମ ବିଗୁଲ। ଜଳିଥିଲା ବିପ୍ଳବର ବହ୍ନି। ଯାହା ସମଗ୍ର ଓଡିଶାକୁ ବ୍ୟାପିଥିଲା, ଆଉ ଗୋରା ସରକାରଙ୍କ ହୃଦକମ୍ପନ ସୃଷ୍ଟି କରିଥିଲା। ଏବେ ସେଇ ଗଡ଼ ଅଲୋଡ଼ା ଆଉ ଅସୁରକ୍ଷିତ।

ଜାତୀୟ ରାଜପଥର ଅତି ନିକଟରେ ଥିବା ଖୋର୍ଦ୍ଧାଗଡ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବରୁଣେଇ ପାହାଡ ନିକଟରେ ଥିବା ଏହି ଗଡ ବାବଦରେ ଲୋକେ ଇତିହାସରୁ ଜାଣୁଥିବା ବେଳେ ସ୍ୱଚକ୍ଷୁରେ ଦେଖିବାରୁ ବଂଚିତ ହେଉଛନ୍ତି । ଅନାବନା ଲଟାରେ ଲୁଚି ଯାଇଛି ଲାଲ ମାଟିର ଖୋର୍ଦ୍ଧାଗଡ । ଆଉ ସତେ ଯେପରି ଗୁମୁରି ଗୁମୁରି ଖୋଜୁଛି ତାର ପୂର୍ବ ଗାରିମାମୟ ଐତିହକୁ ।

ଗଜପତି ମହାରାଜ ରାମଚନ୍ଦ୍ର ଦେବଙ୍କ ଦ୍ୱାରା ୧୫୭୨ ଖ୍ରୀଷ୍ଟବ୍ଦରେ ତିଆରି ହୋଇଥିଲା ଖୋର୍ଦ୍ଧାଗଡ଼ । ଏଠାରେ ରାଣୀ ପୋଖରୀ, ସଭାଗୃହ, କଚେରୀ ଗୃହ, ମନ୍ଦିର, ଶୌଚାଳୟ ଓ ଶୟନ କକ୍ଷ ରହିଛି । କୁହାଯାଏ, ତତ୍କାଳୀନ ରାଣୀମାନେ ଗୁପ୍ତ ସୁଡଙ୍ଗ ଦେଇ ରାଣୀ ପୋଖରୀକୁ ଗାଧୋଇବାକୁ ଯାଉଥିଲେ । ଏହ ସେହି ସବୁ କିର୍ତୀରାଜୁ ଲୁଚି ଯାଉଥିବା ବେଳେ ଏହାର ପୁନଃ ଉଦ୍ଧାର ପାଇଁ ଦାବି ହୋଇଛି ।