ପାଇକ ବିଦ୍ରୋହ ନୁହେଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ : ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସୂଚନା

 କହିଲେ, ଆଇସିଏଚଆର ତଥ୍ୟ ଅନୁସାରେ ବ୍ରିଟିସ ବିରୋଧରେ ହୋଇଥିବା ବିଦ୍ରୋହ ମଧ୍ୟରୁ ଲୋକପ୍ରିୟ 

218

କନକ ବ୍ୟୁରୋ : ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ । ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କଠାରୁ ଦାବିପତ୍ର ଗୃହ ମନ୍ତ୍ରାଳୟ ମାଧ୍ୟମରେ ସଂସ୍କୃତି ମନ୍ତ୍ରାଳୟକୁ ମିଳିଥିଲା । ଏହା ଉପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଅଧୀନରେ ଥିବା ଭାରତୀୟ-ଐତିହାସିକ ଗବେଷଣା ପରିଷଦ ସହ ବିଚାରବିମର୍ଶ କରାଯାଇଥିଲା ।

ଆଇସିଏଚଆରଠାରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଐତିହାସିକ ଦୃଷ୍ଟିରୁ ୧୮୧୭ ମାର୍ଚ୍ଚରୁ ଆରମ୍ଭ ହୋଇ ୧୮୨୫ ମେ’ ମାସ ପର୍ଯ୍ୟନ୍ତ ହୋଇଥିବା ଏହି ପାଇକ ବିଦ୍ରୋହ ଦେଶର ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକଙ୍କ ପାଇଁ ଏକ ଉଦାହରଣ ପ୍ରସ୍ତୁତ କରିଥିଲା । ସେହି ଅନୁସାରେ ଏହାକୁ ଦୃଷ୍ଟିରେ ରଖି ଭାରତରେ ଇଂରେଜ ବିରୁଦ୍ଧରେ ଆରମ୍ଭ ହୋଇଥିବା ବିଦ୍ରୋହ ମଧ୍ୟରେ ଏହା ଏକ ଲୋକପ୍ରିୟ ବିଦ୍ରୋହ ଥିବା ବୋଲି କହିଛନ୍ତି ମନ୍ତ୍ରୀ ।