ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ : ବେଙ୍ଗାଲୁରୁରେ ‘ମୋଷ୍ଟ ଇନସପେୟାରିଂ ଆଇକନ୍ ଅଫ ଦି ଇୟର’ ସମ୍ମାନରେ ହେଲେ ସମ୍ମାନିତ

171

କନକ ବ୍ୟୁରୋ : ବେଙ୍ଗାଲୁରୁରେ ସମ୍ମାନୀତ ହେଲେ ଓଡ଼ିଆ ଝିଅ । ‘ପେଡ୍ ପିରିୟଡ୍ ଲିଭ କ୍ୟାପନିଂ’ କରି ୧୨ଟି ରାଜ୍ୟ ବୁଲିସାରିଲେଣିି ଓଡ଼ଆ ଝିଅ ରଞ୍ଜିତା ପ୍ରିୟଦର୍ଶନୀ । ଏବେ ବେଙ୍ଗାଲୁରୁ ହୋଇଥିବା ଫାଭ ଫେୟାର ପକ୍ଷରୁ ଏକ ପୁରସ୍କାର କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଠାରେ ‘ମୋଷ୍ଟ ଇନସପେୟାରିଂ ଆଇକନ୍ ଅଫ ଦି ଇୟର’ରେ ସମ୍ମାନୀତ ହୋଇଥିଲେ ରଞ୍ଜିତା ପ୍ରିୟଦର୍ଶନୀ ।

ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଞ୍ଜିତା ଓ ତାଙ୍କ କ୍ୟାପନିଂକୁ ନେଇ ପେଡ୍ ପିରିୟଡ ଲିଭ ନାମକ ଏ ବହିର ଉନ୍ମୋଚନ କରିଥିଲେ ଅମିଷା । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରତିଭାକୁ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ରଞ୍ଜିତା ଥିଲେ ।