କନକ ବ୍ୟୁରୋ: ଆଜି ପହିଲି ରଜ । ଓଡ଼ିଆ ସଂସ୍କୃତି ପରମ୍ପରର ଉତ୍ସବ ରଜ । ଯାହକୁ ନେଇ ଚଳଚଂଳ ଗାଁଠୁ ସହର । କରୋନା କଟକଣା ଭିତରେ ଓଟିଡ଼ିସି ପକ୍ଷରୁ ରଜ ଉତ୍ସବ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଓଟିଡ଼ିସି ପକ୍ଷରୁ ରଜ ଦୋଳି ଏବଂ ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ କରାଯାଇଛି । ରଜ ପୋଡ଼ପିଠା ଏବଂ ରଜ ପାନ ମଧ୍ୟ ଏଠାରେ ଉପଲବ୍ଧ ହେଉଛି । ସଡ଼ିଡ଼ିସିର ଏଭଳି ଆୟୋଜନ ରାଜଧାନୀ ବାସୀଙ୍କ ପାଇଁ ଉତ୍ସବର ପରିବେଶ ସୃଷ୍ଟି କରିଛି ।
ସେପଟେ, କରୋନା କଟକଣା ଭିତରେ ଆସିଛି ରଜପର୍ବ । ରଜ ଉତ୍ସବକୁ ନେଇ ଉତ୍ସବ ମୁଖର ହୋଇପଡ଼ିଛି ଗାଁଠୁ ସହର । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ଗାଁର ଯୁବତୀ ମାନେ କରୋନା କଟକଣାକୁ ମାନି ହାତକୁ ସାନିଟାଇଜ କରି, ମାସ୍କ ପିନ୍ଧି ସାମାଜିକ ଦୁରତା ରକ୍ଷାକରି ରଜ ଉତ୍ସବ ପାଳନ କରିଛନ୍ତି । ହାତରେ ମେହେନ୍ଦି, ପାଦରେ ଅଳତା ଏବଂ ନୂଆ ଡ଼୍ରେସ ପିନ୍ଧି ଦୋଳି ଏବଂ ପୁଚି ଖେଳ ଖେଳିଛନ୍ତି ଗାଁର ମହିଳା । ଉତ୍ସବ ପାଳନ କରିବାରେ କରୋନା କଟକଣା ବାଧକ ସାଜିଥିଲେ ମଧ୍ୟ ରଜ ଗୀତ ଗାଇ ଦୋଳି ଖେଳିଛନ୍ତି ଯୁବତୀ ।
ସେହିଭଳି ଆଜି ପହିଲି ରଜ । ଓଡ଼ିଶାର କଳା, ସଂସ୍କୃତି ଓ ଭାଇଚାରାର ପର୍ବ ରଜପର୍ବ । କରୋନା କଟକଣା ଭିତରେ ମଧ୍ୟ ରଜ ପରମ୍ପରାକୁ ଭୁଲିନାହାନ୍ତି ପିପିଲି ଦାଣ୍ଡମୁକୁନ୍ଦପୁର ଗାଁର ଯୁବତୀ । ହାତକୁ ସାନିଟାଇଜ କରି ମୁହଁରେ ମାସ୍କ ପିନ୍ଧି, ରଜ ପାନ ଖାଇ ଉତ୍ସବ ମନାଇଛନ୍ତି ଗାଁର ଝିଅ ମାନେ । ପ୍ରତେକ ଓଡ଼ିଆଙ୍କ ମନରେ ଏହି ଉତ୍ସବକୁ ନେଇ ଉତ୍ସାହ ରହିଥିବା ବେଳେ ଘରେ ଘରେ ଜମିଥାଏ ପିଠାପଣାର ଆସର । ରଜରେ ପ୍ରତେକ ଝିଅ ବୋହୁ ସଜବାଜ ହେବା ମଧ୍ୟ ଏକ ପରମ୍ପରା ରହିଛି । ହାତରେ ମେହେନ୍ଦି କରି, ସଜବାଜ ହୋଇ, ପୁଚି ଏବଂ ଦୋଳି ଖେଳି ଉତ୍ସବର ମଜାନେଇଛନ୍ତି ପିପିଲି ଦାଣ୍ଡମୁକୁନ୍ଦପୁର ଗାଁର ଯୁବତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/7-8.jpg)
/kanak/media/post_attachments/wp-content/uploads/2020/06/vlcsnap-2020-06-13-16h21m21s016-750x430-1.png)
/kanak/media/post_attachments/wp-content/uploads/2020/06/Screen-Shot-2020-06-14-at-9.51.38-AM.png)