କନକ ବ୍ୟୁରୋ: ଆଜି ଅନେକ ନୀତିକାନ୍ତି ଥାଇ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି । ପ୍ରଥମେ ଚକ୍ରାୟୁଧ ଶ୍ରୀସୁଦର୍ଶନ ମହାପ୍ରଭୁ ପହଣ୍ଡିରେ ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜମାନ କରିବା ପରେ ବଡଠାକୁରଙ୍କ ଧାଡିପହଣ୍ଡିରେ ବାହାରିଛନ୍ତି ବଡଠାକୁର ବଳଭଦ୍ର । ତାଙ୍କ ପଛରେ ଝୁଲିଝୁଲି ଆସଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ମଝିରେ ମା’ ସୁଭଦ୍ରଙ୍କୁ ଦୁଇ ଭାଇଙ୍କ ସୁରକ୍ଷା କବଜ ଭିତରେ ପହଣ୍ଡିରେ ନିଆଯାଇଛି । ପୂର୍ବରୁ ପହଣ୍ଡି ପାଇଁ ଦିନ ୧ଟା ସମୟ ନିର୍ଘଣ୍ଟ ହୋଇଥିବାବେଳେ ସବୁ ସମୟକୁ ବ୍ୟତୀକ୍ରମ କରି ଭକ୍ତଙ୍କ ପାଇଁ ସଅଳ ବିଜେ କରିଛନ୍ତି ମହାବାହୁ ।