ଆରମ୍ଭ ହେଲା ପହଣ୍ଡି ବିଜେ ନୀତି : ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂରତି, ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

170

କନକ ବ୍ୟୁରୋ : ଆଜି ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।

ରତ୍ନବେଦୀରୁ ଜନ୍ମବେଦୀକୁ ଆସିଥିଲେ ଚତୁର୍ଦ୍ଧାମୂରତି । ଆଜି ତାଙ୍କର ଏହି ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିନ । ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ବାହୁଡ଼ାଯାତ୍ରା ପାଇଁ ବି ବିଭିନ୍ନ ବ୍ଲକିଂ ପଏଣ୍ଟରେ ଆଜି ରାତିରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ରଥଯାତ୍ରା ଭଳି ବିଭିନ୍ନ ସ୍ଥାନକୁ ଗାଡ଼ିମୋଟର ଡାଇଭର୍ଟ କରାଯାଇଛି । ‌ସେପଟେ ବାହୁଡ଼ା ପହଣ୍ଡି ପାଇଁ କୋଠ ସୁଆଁସିଆମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି । ବିଳମ୍ବିତ ରାତିରେ ଆଡ଼ପମଣ୍ଡପରେ ଚାରବନ୍ଧା ନୀତି ଶେଷ ପୂର୍ବକ ବାହୁଡ଼ାଯାତ୍ରାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ପରେ ଦଇତାପତିମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିଛନ୍ତି ।