ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ : ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ନୀତି ଆରମ୍ଭ

113

କନକ ବ୍ୟୁରୋ: ଆଜି ବିଶ୍ୱ ନୟନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ । ହେଲେ ବ୍ୟତିକ୍ରମ ହେଉଛି ଚଳିତ ବର୍ଷ ବଡଦାଣ୍ଡରେ ରଥଯାତ୍ରାରେ ଯିବା ବେଳେ ଆଉ କାଳିଆକୁ ଚାହିଁବେନି ଲକ୍ଷ ଲକ୍ଷ ଭକ୍ତ । କାରଣ, ଭକ୍ତଙ୍କୁ ବଡଦାଣ୍ଡ ମନା । ଟିଭି ପରଦାରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ତେବେ କଡା କଟକଣା ଭିତରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି ।