ସ୍ନାନଯାତ୍ରା ପାଇଁ ତାଲିକା ଦେଲା ଦଇତାପତି ନିଯୋଗ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ, ବିନାୟକ ଦାସ ମହାପାତ୍ର କହିଲେ, ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା, ଏଠି ସର୍ବନିମ୍ନର ପ୍ରଶ୍ନ ଉଠୁନାହିଁ ।

179

କନକ ବ୍ୟୁରୋ: ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଜଗନ୍ନାଥଙ୍କ ପାଇଁ ୫୦ ଜଣ, ସୁଭଦ୍ରାଙ୍କ ପାଇଁ ୨୫ ଜଣ, , ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ସୁଦର୍ଶନଙ୍କ ପାଇଁ ୨୫ ଜଣ ରହିବେ । ଆଜି ଦଇତାପତିଙ୍କର କୋଭିଡ ଟେଷ୍ଟକୁ ନେଇ ବୈଠକ ବସିବ ।

ତେବେ ଗତକାଲି ସେବାୟତଙ୍କ କରୋନା ପରୀକ୍ଷା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ସୂଚନା ଦେଇଥିଲେ । ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ । ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର କରୋନା ଟେଷ୍ଟ ହେବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ ।

ଶ୍ରୀଜିଉଙ୍କ ସେବାରେ ଲାଗୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ । ଏବଂ ୩ ତାରିଖ ସୁଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି କହିଥିଲେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।