କନକ ବ୍ୟୁରୋ: ଖୋଲିଛି ମଣ୍ଡି ହେଲେ ଟୋକନ ନାହିଁ । ଏପଟେ ଖଳାରେ ପଡ଼ି ନଷ୍ଟ ହେଉଛି ଚାଷୀର ଧାନ । ଏଭଳି ଚିତ୍ର ଆସିଛି ବରଗଡ଼ ପଦ୍ମପୁର ଉପଖଣ୍ଡରୁ । ସରକାରଙ୍କ ନିଷ୍ପତି ଅନୁଯାୟୀ ନଭେମ୍ବର ୩ରୁ ମଣ୍ଡ ିଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧାନ କିଣା ପକ୍ରିୟା ଆରମ୍ଭ ହୋଇପାରିନାହିଁ । ଟୋକନ ପାଇ ନଥିବାରୁ ଅମଳ ହୋଇଥିବା ଧାନ ଖଳାରେ ହିଁ ପଡ଼ି ନଷ୍ଟ ହେବାରେ ଲାଗିଛି ।
ଏପଟେ ବୈଧ ଟୋକନ ନଥିଲେ ମଣ୍ଡି ମନା ନିଷ୍ପତି ଚାଷୀଙ୍କ ପାଇଁ କାଳ ସାଜିଛି । ଗୋଟିଏ ପଟେ ଟୋକନ ନପାଇ ଚାଷୀ ନିରାଶ ହେଉଥିବା ବେଳେ ସେପଟେ ଏହାର ସୁଯୋଗ ନେଇ ଦଲାଲ୍ ମାଲାମାଲ ହେବାରେ ଲାଗିଛନ୍ତି । ପଦ୍ମପୁର ଉପଖଣ୍ଡର ମେଲଛାମୁଣ୍ଡା ଓ ସନିମାଲ ସମବାୟ ସମିତି ଅଧିନରେ ମଣ୍ଡି ଖୋଲା ଯାଇଥିବା ବେଳେ ଚାଷୀ ଏନେଇ ଅବଗତ ନାହାନ୍ତି । ଯଥା ଶୀଘ୍ର ଟୋକେନ ପ୍ରଦାନ କରାଯିବା ପାଇଁ ଦାବି କରିଛନ୍ତି ଚାଷୀ ।