ପଦ୍ମିନୀ କେୟାର ମହତ୍ୱ ପଦକ୍ଷେପ, ଆଣ୍ଠୁବାତ ଅସ୍ଥିଶଲ୍ୟ ଚିକିତ୍ସା ସମ୍ବନ୍ଧୀୟ ଜାତୀୟ କର୍ମଶାଳା

176

କନକ ବ୍ୟୁରୋ : ବୟସାଧିକ ଆଣ୍ଠୁବାତ ସମସ୍ୟାର ଅସ୍ଥିଶଲ୍ୟ ଚିକିତ୍ସା ସମ୍ବନ୍ଧୀୟ ଜାତୀୟ କର୍ମଶାଳା ପଦ୍ମିନୀ କେୟାର ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଅସ୍ଥିଶଲ୍ୟ ଚିକିତ୍ସକ ସଂଘ ଏବଂ ଓସ୍କାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ରାଜ୍ୟ ତଥା ଦେଶର ବହୁ ବିଶିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଡାକ୍ତର ଯୋଗ ଦେଇ ଅତ୍ୟନ୍ତ ଜଟିଳ ଓ ବ୍ୟୟବହୁଳ ଖଞ୍ଜା ପ୍ରତିରୋପଣ ବଦଳରେ ଜଣେ ବୟସ୍କ ବ୍ୟକ୍ତି ଶଲ୍ୟ ଚିକିତ୍ସା ଦ୍ୱାରା କିଭଳି ଆଣ୍ଠୁବାତ ସମସ୍ୟାରୁ ମୁକ୍ତି ପାଇ ପାରିବେ ସେ ସଂପର୍କରେ ମତ ବିନିମୟ କରିଥିଲେ ।

କର୍ମଶାଳାକୁ ଉଦଘାଟନ କରିବା ଅବସରରେ ଡ୍ରିମସ୍ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ, ପ୍ରମୋଦ ଚନ୍ଦ୍ର ରଥ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ଯୁବ ଡାକ୍ତରମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣର ସୁଯୋଗ ପାଇବେ ବୋଲି କହିଥିଲେ । କର୍ମଶାଳାର ସଂଯୋଜକ ବିଶିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚିତ୍ତ ପ୍ରକାଶ ଦାସ ପ୍ରାରମ୍ଭିକ ସୂଚନା ଓ ପ୍ରଫେସର ଡାକ୍ତର ଶକ୍ତି ପ୍ରସାଦ ଦାସ କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ପ୍ରଫେସର ଡାକ୍ତର ଶିଶୁ ଶଙ୍କର ମିଶ୍ର, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସଂଜୟ ରାସ୍ତୋଗୀ, ଡାକ୍ତର ପ୍ରଦୀପ ନେମୋଡେ, ଡାକ୍ତର ଆର ଭଣ୍ଡନାକର, ଡାକ୍ତ ବି. ସାଲୁଜା, ଡାକ୍ତର ମିଳିନ୍ଦ ଚୌଧୁରୀ ସମ୍ମାନୀତ ଅତିଥି ଓ ବିଶେଷଜ୍ଞ ବକ୍ତା ଭାବେ ଯୋଗ ଦେଇଥିଲେ   ।

ଓଡିଶା ଅସ୍ଥିଶଲ୍ୟ ଚିକିତ୍ସକ ସଂଘର ସଭାପତି ଡାକ୍ତର ବି.କେ ବେହେରା, ସମ୍ପାଦକ ଡାକ୍ତର ଆରକେ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପଦ୍ମିନୀ କେୟାରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ଜ୍ୟୋତିପ୍ରକାଶ ପରିଜା ସ୍ୱାଗତ ଭାଷଣ ଏବଂ ପ୍ରଧ୍ୟାପିକା ଡ.କ୍ରିଷ୍ଣାପଦା ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ପ୍ରାରମ୍ଭରେ ମହାବାହୂ ଶ୍ରୀଜଗନ୍ନାଥ ଏବଂ କର୍ମଯୋଗୀ ସ୍ୱଗତଃ ଧନେଶ୍ୱର ରଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ଅତିଥିମାନେ ଭକ୍ତି ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଦ୍ୟୁତ୍ କୁମାର ଷଡଙ୍ଗୀ, କୌସ୍ତଭ  ମୁଖାର୍ଜୀ, ସଂଜୀବ କୁମାର ପ୍ରହରାଜ, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ୱିବେଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।