ରିଲିଜ ହେଲା ପଦ୍ମାବତୀର ଟ୍ରେଲର ! ରଣବୀରଙ୍କୁ ଭୟଙ୍କର ରୂପରେ ଦେଖିବାକୁ ପାଇବେ ଦର୍ଶକ

44

ବହୁ ବାଦ ବିବାଦ ପରେ ଆଗକୁ ପରଦାକୁ ଆସିବାକୁ ଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ପଦ୍ମାବତୀର ଟ୍ରେଲର ରିଲିଜ ହୋଇଛି । ପ୍ରାୟ ୩ ମିନିଟର ଏହି ଟ୍ରେଲରରେ ପୂରା କାହାଣୀକୁ ଦର୍ଶାଯାଇଛି । ପୂର୍ବରୁ ଏଡି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ସେତେବେଳେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ । ପୂର୍ବ ଫିଲ୍ମ ଭଳି ସଞ୍ଜୟ ଏହି ଫିଲ୍ମରେ ମଧ୍ୟ ବେଶ ପୋଷାକ ଓ ସାଜସଜ୍ଜା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଏହି ଫିଲ୍ମ ଦେଖିବା ପରେ ଦର୍ଶକ ନିଶ୍ଚିତ ଭାବେ ସଞ୍ଜୟଙ୍କୁ ପ୍ରଂଶସା ନ କରି ରହି ପାରିବେନି ।
padmavati

ଏହି ଐତିହାସିକ ଫିଲ୍ମରେ ପଦ୍ମାବତୀ ଚରିତ୍ରରେ ଦୀପିକା ପାଦୁକୋଣ ନଜରକୁ ଆସିଥିବା ବେଳେ ମହାରାୱଲ ରତନ ସିଂହଙ୍କ ଭୂମିକାରେ ଶାହିଦଙ୍କୁ ଦେଖିବାକୁ ମିଳିବ । ସେହିଭଳି ପଦ୍ମାବତୀରେ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ଭୂମିକାରେ ନଜର ଆସିଛନ୍ତି ରଣବୀର । ଆଲ୍ଲାଉଦ୍ଦିନ ଖିଲଜୀଙ୍କ ଭୂମିକାରେ ଜବରଦସ୍ତ ଅଭିନୟ କରିଛନ୍ତି ରଣବୀର । ଆଲ୍ଲାଉଦ୍ଦିନ ଭୁମିକାରେ ଅତି ଭୟଙ୍କର ଓ କ୍ରୂର ଦେଖାଯାଉଛନ୍ତି ରଣବୀର । କାରଣ ଇତିହାସ ଆଲ୍ଲାଉଦ୍ଦିନ ଖିଲଜୀଙ୍କୁ ସବୁଠାରୁ ବଡ ଖଳନାୟକ ଭାବେ ଚିତ୍ରଣ କରିଛି । ତେଣୁ ତାଙ୍କ ଚରିତ୍ରରେ ଅଭିନୟ କରିବା ରଣବୀରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ଯାହାକୁ ସେ ଖୁବ ନିଖୁଣ ଭାବେ ଉପସ୍ଥାପିତ କରିଛନ୍ତି ।

Padmavatiii 2କେବଳ ରଣବୀର ନୁହେଁ ଶାହିଦଙ୍କ ନିଚ୍ଛକ ଅଭିନୟର ଝଲକ ମଧ୍ୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଏଥିରେ ଶାହିଦଙ୍କ ଲୁକକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଶାହିଦଙ୍କ ରାଜକୀୟ ପୋଷାକ ତିଆରି କରିବାକୁ ଡିଜାଇନର ହରପ୍ରୀତ୍ ନରୁଲାଙ୍କୁ ପ୍ରାୟ ଦୁଇମାସ ସମୟ ଲାଗି ଯାଇଛି । ସେହିଭଳି ଟ୍ରେଲରରେ କେବଳ ଶାହିଦ-ଦୀପିକାଙ୍କ ଡାଇଲଗ୍ ସ୍ଥାନ ପାଇଛି । ଟ୍ରେଲରରେ ରଣବୀରଙ୍କ ଗୋଟିଏ ବି ଡାଇଲଗ ନାହିଁ । କିନ୍ତୁ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ଚରିତ୍ରରେ ବେଶ ଭୟଙ୍କର ଦେଖା ଯାଉଛନ୍ତି ରଣବୀର । ଏହି ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ରଣବୀର ଟ୍ରେଲରରେ ମାଂସ ଖାଉଥିବା ଓ ଯୁଦ୍ଧ ଲଢୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏବେ ବଲିଉଡରେ ବହୁଳ ମାତ୍ରାରେ ଇତିହାସର ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ କରାଯାଉଛି । ଏପରିକି ଏଭଳି ଫିଲ୍ମକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ପୁର୍ବରୁ ବାଜିରାଓ ମାସ୍ତାନୀରେ ମଧ୍ୟ ରଣବୀର- ଦୀପିକାଙ୍କ ଯୋଡି ନିଜର ଜଲୱା ଦେଖାଇଛନ୍ତି । ସେତେବେଳେ ମଧ୍ୟ ଦର୍ଶକ ଏହି ଫିଲ୍ମକୁ ବେଶ ପସନ୍ଦ କରିଥିଲେ । ଫିଲ୍ମର ପ୍ରତ୍ୟେକ ଡାଇଲଗ ଦର୍ଶକଙ୍କ ବେଶ ଆମୋଦିତ କରିଥିଲା । ସେହି ସମୟରେ ଫିଲ୍ମଟି ମଧ୍ୟ ଜବରଦସ୍ତ ହିଟ୍ ହୋଇଥିଲା ।
ବିଭିନ୍ନ ଐତିହାସିକ ବିଷୟବସ୍ତୁକୁ ଫିଲ୍ମ ମାଧ୍ୟମରେ ଜୀବନ୍ତ କରି ଦେଖାଇବା ପାଇଁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ପରିଚିତ । ନିଜର ପ୍ରତିଟି ଫିଲ୍ମରେ ସେ ବେଶଭୂଷାଠୁ ଆରମ୍ଭ କରି ସେଟ୍ ପର୍ୟ୍ୟନ୍ତ କେଉଁଥିରେ ଟିକିଏ ହେଲେ ଖୂଣ ବା ଅଭାବ ରଖନ୍ତିନାହିଁ। ହାତଖୋଲି ଖର୍ଚ୍ଚ କରିନ୍ତି। ତେଣୁ ଫିଲ୍ମ ହିଟ୍ ହେଉ ବା ନ ହେଉ, ସମସ୍ତେ ତାଙ୍କ ଫିଲ୍ମକୁ ଏକ କଳାତ୍ମକ ଚମତ୍କାର ଭାବେ ମନେ ରଖନ୍ତି। ‘ପଦ୍ମାବତୀ’ ତାଙ୍କ ଫିଲ୍ମ ଯାତ୍ରାର ଶୀର୍ଷରେ ରହିବ, ସେଥିରେ ସନ୍ଦେହ ନାହିଁ। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୧ ତାରିଖରେ ରିଲିଜ୍ ହେବ ।