କନକ ବ୍ୟୁରୋ: ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କ ଦେହାନ୍ତ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ପରଲୋକ । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ ନନ୍ଦ ସାର । ୧୦୪ ବର୍ଷ ବୟସରେ ନନ୍ଦ ସାରଙ୍କ ଦେହାନ୍ତ ହୋଇଛି । ଚାଟଶାଳୀରେ ପିଲାଙ୍କୁ ପାଠ ପଢାଇ ଚର୍ଚ୍ଚାରେ ଥିଲେ ନନ୍ଦ ସାର । ଏଥି ପାଇଁ ରାଷ୍ଟ୍ରପତିଙ୍କ ନିକଟରୁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।
କିଛି ଦିନ ତଳେ ନନ୍ଦ ସାର କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳ୍ୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା, ହେଲେ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କର ଦେହାନ୍ତ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/39-5.jpg)