‘କବି ହଳଧର ସବୁ ଦଳର,ରାଜନୀତିରେ ନାହିଁ ମୋର ନେଣଦେଣ’ । ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଥିଲେ ପଦ୍ମଶ୍ରୀ ହଳଧର ନାଗ ?
କନକ ବ୍ୟୁରୋ: ନବୀନ ନିବାସରେ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗଙ୍କ ଉପସ୍ଥତି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ସେ କହିଛନ୍ତି ଯେ, ନିକଟରେ ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେବା ସହ ହଳଧର ଗବେଷଣା କେନ୍ଦ୍ର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇଟି ଦାବିକୁ ପୂରଣ କରିବାକୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲି । ମୁଁ କୌଣସି ଦଳରେ ନାହିଁ କି ବିଜେଡିରେ ମୁଁ ମିଶିନାହିଁ । ଜଣେ କବି ସବୁ ଦଳର ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡ଼ିଶାରୁ ଲଢ଼ିବା ଚର୍ଚ୍ଚା ନେଇ ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି ଯେ, ଏହା ତାଙ୍କ ବ୍ୟକ୍ତିଗତ ରାଜନୈତିକ ନିଷ୍ପତି । ସେ କେଉଁଠାରୁ ଲଢ଼ିବେ ସେ ବିଷୟରେ ମୁଁ ଜାଣି ନାହିଁ । ମୁଁ କେବଳ ଜଣେ କବି ଏବଂ ପଶ୍ଚିମ ଓଡ଼ିଶା ପାଇଁ ମୋର ୨ଟି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । କାରଣ ଭାରତର ଦ୍ୱିତୀୟ ସର୍ବାଧିକ କ୍ୟାନସର ରୋଗୀ ବରଗଡରେ ପିଡ଼ୀତ ତେଣୁ ସେଠାରେ ତୁରନ୍ତ କ୍ୟାନସର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି । ଏହାକୁ ଯଥାଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।