ପଦ୍ମପୁରରୁ ଦିଲ୍ଲୀ ଭାୟା ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଚିଠି। ବିଜେଡି କହିଲା ଜବାବ, ଚାଷୀଙ୍କୁ ଭୂଆଁ ବୁଲାଉଛି ବିଜେପି।

ପଦ୍ମପୁରରୁ ଦିଲ୍ଲୀ ଭାୟା ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଚିଠି। ବିଜେଡି କହିଲା ଜବାବ, ଚାଷୀଙ୍କୁ ଭୂଆଁ ବୁଲାଉଛି ବିଜେପି।

କନକ ବ୍ୟୁରୋ: ଫସଲ ବୀମାକୁ ନେଇ ରାଜନୀତି । ପଦ୍ମପୁରରୁ ଦିଲ୍ଲୀ ଭାୟା ଭୁବନେଶ୍ୱରରୁ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ଫସଲ ବୀମା କ୍ଷତିପୂରଣ ପ୍ରସଙ୍ଗକୁ ନେଇ ପଦ୍ମପୁରରୁ ଦିଲ୍ଲୀ ଭାୟା ଦେଇ ଭୁବନେଶ୍ୱରରେ ମଧ୍ୟ ସରଗରମ ହୋଇଛି ରାଜନୀତି । ଫସଲ ବୀମା ପ୍ରସଙ୍ଗରେ ଦିଲ୍ଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିବା ପରେ, ତୋମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତିି । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଲେଖିଥିବା ଏହି ଚିଠିରେ କେନ୍ଦ୍ରମନ୍ତ୍ରୀ ତୋମାର ଲେଖିଛନ୍ତି, ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର କୃଷକମାନଙ୍କୁ ଫସଲ ବୀମା ଦେବା ଲାଗି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଗଠିତ ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବହୁଥର ଅବଗତ କରାଇଥିଲେ । କିନ୍ତୁ ଏଥିପାଇଁ ଥିବା ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ ନକରି ଥିବାରୁ କ୍ଷତିଗ୍ରସ୍ତ ଚାଷୀ ଚାଷୀ ବୀମା ରାଶି ପାଇବାରେ ବିଳମ୍ବ ହୋଇଛି ।

କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଜବାବ ରଖିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଜେଡି ଯେଉଁ ପ୍ରଶ୍ନ ଉଠାଇ ଥିଲା, କେନ୍ଦ୍ରମନ୍ତ୍ରୀ ଅଡୁଆରେ ପଡିଛନ୍ତି । ସେଥିପାଇଁ ଏଭଳି ଚିଠି ଲେଖିଛନ୍ତି ।

ଚାଷୀ ପ୍ରସଙ୍ଗକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ପୁଣି ସାମ୍ନାସାମ୍ନି ହୋଇଛନ୍ତିି । ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏସବୁ ଭିତରେ ଶୁକ୍ରବାରଠାରୁ ବିଜେପି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ କାଉଣ୍ଟର କରି ବିଜେଡି କହିଛି ବିଧାନସଭା ସମ୍ମୁଖରେ ନୁହେଁ ସଂସଦ ସମ୍ମୁଖରେ ବସୁ ରାଜ୍ୟ ବିଜେପି ।

ଅନ୍ୟପଟେ ଦୁଇ ଦଳଙ୍କୁ କାଠଗଡାକୁ ଟାଣିଛି କଂଗ୍ରେସ । ଏଥିସହ ନିର୍ବାଚନ ସମୟରେ, ଉଭୟ ବିଜେଡି ଓ ବିଜେପି ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗି ଆଣି, ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଚାଷୀଙ୍କୁ ଫସଲ ବୀମା ଓ ଇନପୁଟ ସବସିଡିକୁ ନେଇ ବିଜେଡି ବିଜେପି ବୟାନବାଜି ଜାରି ରହିଥିବାବେଳେ ଆନ୍ଦୋଳକାରୀଙ୍କର ଚାଷୀଙ୍କର ଆର୍ଶୀବାଦ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଭରିଛନ୍ତିି । ତେବେ ଚାଷୀଙ୍କ ସମର୍ଥନ କାହା ସପକ୍ଷରେ ଯାଉଛି, ତାହା ପଦ୍ମପୁର ଫଳାଫଳରୁ ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe