କନକ ବ୍ୟୁରୋ : ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ତେଜିଲା ପଦ୍ମପୁର ରାଜନୀତି । ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହାର ଉଲ୍ଲଙ୍ଘନ କରିଥିବା ନରସିଂହ ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନ କ'ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ହେଉ ବା ସବସିଡି ଇନପୁଟ ଏସବୁ ଘୋଷଣା କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି କହିଛି କଂଗ୍ରେସ ।

Advertisment

ସେପଟେ ଚାଷୀଙ୍କୁ ବୀମା ଟଙ୍କା ମିଳୁନଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଚାଷୀଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଉଥିବା ଅଭିଯୋଗ ଆଣିଛି ଦଳ । ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ବୀମା କମ୍ପାନୀ ଚୟନ କରନ୍ତି, ଟେକ୍ନିକାଲ କମିଟି ମଧ୍ୟ ରାଜ୍ୟ ସ୍ତରୀୟ କମିଟି ସ୍ଥିର କରେ ।

ଏବଂ ଇନ୍ସୁରାନ୍ସ କ୍ଲେମ ନେଇ ୧୮୯ଟି କେସରେ ଦ୍ୱନ୍ଦ୍ୱ ଦେଖାଗଲା କିନ୍ତୁ ଯେଉଁ ତଥ୍ୟ ଦେବା କଥା ଟେକ୍ନିକାଲ କମିଟି ଆଗରେ ଉତର ରଖିପାରିଲେ ନାହିଁ ରାଜ୍ୟ ସରକାର । ଚାଷୀଙ୍କୁ ବିମା ଟଙ୍କା ନଦେଇ ରାଜ୍ୟ ସରକାର ତାଙ୍କୁ ଭୁଆଁ ବୁଲାଉଥିବା ବିଜେପି କହିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରୀ ଦେଇଥିବା ଚିଠିରେ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଭୂମିକା ଥିବା କଥା ଲେଖିଛନ୍ତି, ଯାହା ରାଜ୍ୟ ସରକାର ନିର୍ବାହ କରୁନାହାନ୍ତି ।