କରୋନା ଭୟରେ ଶବକୁ ଛୁଇଁଲେନି ବଂଶଧର : ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ଜ୍ୱାଇଁ କଲେ ଶବ ସତ୍କାର

124

କନକ ବ୍ୟୁରୋ : କରୋନା ଭୟରେ ଶବକୁ ଛୁଇଁଲେନି ବଂଶଧର । ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ଜ୍ୱାଇଁ କଲେ ଶବ ସତ୍କାର  । ପଦ୍ମପୁର ଉପଖଣ୍ଡ ରାଜବୋଡ଼ା ସମ୍ବର ବ୍ଳକ ଦହିତା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ଘଂଟା ଧରି ଶବ ଗପଡ଼ିରହିବା ପରେ ମଧ୍ୟ ବଂଶଧର ମାନେ ପାଖ ମାଡ଼ିନଥିଲେ ।

ଜ୍ୱାଇଁ ମିଠାଲାଲ ମେହେର ପହଂଚି କାନ୍ଧ ଦେଇଥିଲେ ଓ ଶବ ସତ୍କାର  କରିଥିଲେ । ମୃତକଙ୍କ ଜ୍ବାଇଁ ଶବ ସକ୍ରାର ପାଇଁ ବ୍ଳକ ପ୍ରଶାସନ ସହ ଯୋଗାଯୋଗ କରିଥିଲେ ଏବଂ ପ୍ରଶାସନ ପହଂଚି ତାଙ୍କୁ ପିପିଇ କିଟ ଯୋଗାଇ ଦେଇଥିଲେ । ପରେ ମିଠାଲାଲ ମେହେରଙ୍କ ଭାଇ ନେପାଳ ମେହେର ପିପିଇ କିଟ ପିନ୍ଧ କାନ୍ଧ ଦେଇଥିଲେ । ଆଉ ମୃତକଙ୍କ ଅନ୍ତିମ ସଂସ୍କାର କରିଥିଲେ । କରୋନା ଭୟାବହତା ଦିନକୁ ଦିନ ବଢି ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ଆହୁରି ବ୍ୟଥିତ କରୁଛି ।