ପଦ୍ମପୁରର କଙ୍ଗାରୁକୋର୍ଟ : ଚୋରି ଅଭିଯୋଗରେ ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ

62

କନକ ବ୍ୟୁରୋ : ପଦ୍ମପୁରର କଙ୍ଗାରୁକୋର୍ଟ । ୪ ଯୁବକଙ୍କୁ ଚୋରି ଅଭିଯୋଗରେ ଖୁଂଟରେ ବାନ୍ଧି ପିଟିବା ସହ ହାତକୁ ବାନ୍ଧି ଗାଁରେ ବୁଲାଇଲେ ସ୍ଥାନୀୟ ଲୋକେ । ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତି ଗାଇସିଲାଟ ଥାନା ଅଂଚଳରୁ ଆସିଛି ଏହି ଦୃଶ୍ୟ ।

ଗାଇସିଲାଟି ଥାନା ରାଇସଲପଦର ଗାଁରେ ଚାଷ ଜମିରେ ମୋଟର ପମ୍ପ ଚୋରି ଅଭିଯୋଗରେ ୪ଜଣ ଯୁବକଙ୍କୁ ଗ୍ରାମବାସୀ ଦଣ୍ଡିତ କରିଥିବା ଭିଡିଓ ସାମ୍ନାକୁ ଆସିଛି । ଚୋରି ଅଭିଯୋଗରେ ଏମାନଙ୍କୁ ଖୁଂଟରେ ବାନ୍ଧି ଅପମାନିତ କରିବା ସହ ଗାଁ ଦାଣ୍ଡରେ ବୁଲାଇ ଦଣ୍ଡ ଦେଇଥିଲେ । ପୋଲିସ, ପ୍ରଶାସନ ଉପରେ ଭରସା ନକରି ନିଜେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ମାଧ୍ୟମରେ ଦଣ୍ଡ ଦେବା ପ୍ରଥା କେବେ ବନ୍ଦ ହେବ, ତାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି ।