କନକ ବ୍ୟୁରୋ : ପଦ୍ମପୁରର କଙ୍ଗାରୁକୋର୍ଟ । ୪ ଯୁବକଙ୍କୁ ଚୋରି ଅଭିଯୋଗରେ ଖୁଂଟରେ ବାନ୍ଧି ପିଟିବା ସହ ହାତକୁ ବାନ୍ଧି ଗାଁରେ ବୁଲାଇଲେ ସ୍ଥାନୀୟ ଲୋକେ । ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତି ଗାଇସିଲାଟ ଥାନା ଅଂଚଳରୁ ଆସିଛି ଏହି ଦୃଶ୍ୟ ।
ଗାଇସିଲାଟି ଥାନା ରାଇସଲପଦର ଗାଁରେ ଚାଷ ଜମିରେ ମୋଟର ପମ୍ପ ଚୋରି ଅଭିଯୋଗରେ ୪ଜଣ ଯୁବକଙ୍କୁ ଗ୍ରାମବାସୀ ଦଣ୍ଡିତ କରିଥିବା ଭିଡିଓ ସାମ୍ନାକୁ ଆସିଛି । ଚୋରି ଅଭିଯୋଗରେ ଏମାନଙ୍କୁ ଖୁଂଟରେ ବାନ୍ଧି ଅପମାନିତ କରିବା ସହ ଗାଁ ଦାଣ୍ଡରେ ବୁଲାଇ ଦଣ୍ଡ ଦେଇଥିଲେ । ପୋଲିସ, ପ୍ରଶାସନ ଉପରେ ଭରସା ନକରି ନିଜେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ମାଧ୍ୟମରେ ଦଣ୍ଡ ଦେବା ପ୍ରଥା କେବେ ବନ୍ଦ ହେବ, ତାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/vlcsnap-2021-10-01-12h43m16s025.png)