ପଦ୍ମପୁର ଉପଖଣ୍ଡ ଜାମୁଟବାହାଲ ଗାଁରେ ୧୪ଘଂଟା ଧରି ପଡ଼ି ରହିଲା ଶବ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି ସମ୍ପର୍କୀୟ

Advertisment
ପଦ୍ମପୁର ଉପଖଣ୍ଡ ଜାମୁଟବାହାଲ ଗାଁରେ ୧୪ଘଂଟା ଧରି ପଡ଼ି ରହିଲା ଶବ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି ସମ୍ପର୍କୀୟ

କନକ ବ୍ୟୁରୋ : ହଜିଗଲା ମାନବିକତା । କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ । ୧୪ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜାମୁଟବାହାଲ ଗାଁରେ । ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ୫ଦିନ ତଳେ ତାମିଲନାଡ଼ୁରୁ ଫେରିଥିଲେ । ତାମିଲନାଡ଼ୁର ଫେରିଲା ପରେ ତାଙ୍କୁ ଜ୍ୱର ହେଉଥିଲା ।

ଗତକାଲି ତାଙ୍କ ଦେହ ଅଧିକା ଖରାପ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କୌଣସି କାରଣରୁ ଆମ୍ବୁଲାନ୍ସ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଘରେ ଛାଡ଼ି ଚାଲିଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ଶବକୁ ଜଗି ରହିଥିଲେ । କରୋନା ଭୟରେ ତାଙ୍କର ସମ୍ପର୍କୀୟ କେହି ଆସିନଥିବା ବେଳେ ୧୪ଘଂଟାରୁ ଅଧିକା ସମୟ ଧରି ଶବ ପଡ଼ିରହିଥିଲା । ଗାଇସିଲଟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତିରେ କ୍ଲବ ସଭ୍ୟମାନେ ଶବ ସତ୍କାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe