ପଦ୍ମପୁର ଉପନିର୍ବାଚନ : କିଏ ହେବେ ବିଜେଡିର ପ୍ରାର୍ଥୀ ?

231

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିର ପ୍ରାର୍ଥୀ କିଏ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତା ଦିନେ ଦୁଇଦିନ ଭିତରେ ଦଳ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ଚର୍ଚ୍ଚା ହେଉଛି ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ସିଂଙ୍କ ପରିବାରରୁ ଟିକେଟ ଦେଇ ଅନୁକମ୍ପା ସାଉଁଣ୍ଟିବା ଲକ୍ଷ୍ୟରେ ରହିଛି ଶାସକ ଦଳ ।

ଆଉ କଂଗ୍ରେସ ମଧ୍ୟ ପୁରୁଣା ଚେହେରା ସତ୍ୟ ଭୂଷଣ ସାହୁଙ୍କୁ ମଇଦାନକୁ ଆଣି ଭୋଟବ୍ୟାଙ୍କ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିଛି । ୧୪ତାରିଖରେ ପ୍ରଦୀପ ପୁରୋହିତ ନାମାଙ୍କନ ପାଇଁ ଦଳ ପକ୍ଷରୁ ସମୟ ଧାର୍ଯ୍ୟ ହୋଇ ସାରିଛି । ବିଧାୟକମାନଙ୍କୁ ଉପସ୍ଥିତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପଦ୍ମପୁର ନିର୍ବାଚନମଣ୍ଡଳୀ ଏକ ଚାଷୀ ବହୁଳ ଅଞ୍ଚଳ । ୮୦ ପ୍ରତିଶତ ଭୋଟର ଚାଷ ଉପରେ ନିର୍ଭର କରନ୍ତି । ତେଣୁ ଚାଷୀଙ୍କ ଭୋଟ ହାତେଇବା ପାଇଁ ବିଜେଡି ବିଜେପି ମଧ୍ୟରେ ଏବେଠାରୁ ଆରମ୍ଭ ହୋଇଯାଇଛି ବଳକଷାକଷି ।

କିଏ କେତେ ଚାଷୀ ଭୋଟ ହାତେଇବ ? ବିଜେଡି ଫସଲ ବୀମା ଯୋଜନାରେ ଚାଷୀଙ୍କୁ କାହିଁକି କ୍ଷତିପୂରଣ ମିଳୁ ନାହିଁ ସେଥିପାଇଁ କେନ୍ଦ୍ରର ବିଜେପି ସରକାରକୁ ଦାୟୀ କରି ଆସୁଛି । ସେପଟେ ବିଜେପି ମଧ୍ୟ ଚାଷୀଙ୍କୁ ଅସ୍ତ୍ର କରି ବୋନସ ଓ ସବସିଡ୍ରେ କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ଅନ୍ୟପଟେ କଂଗ୍ରେସ ଉଭୟ ବିଜେପି-ବିଜେଡିକୁ ସମାଲୋଚନା କରିଛି ।