ପଦ୍ମପୁର ଉପନିର୍ବାଚନ : ଭୋଟିଂ ପାଇଁ ପହଞ୍ଚିଲା ଇଭିଏମ୍; ସୁରକ୍ଷା ବ୍ୟବସ୍ଥା କଡାକଡି 

111

କନକ ବ୍ୟୁରୋ : ଦିନକ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ୫ତାରିଖ ସୋମବାର ଦିନ ମତଦାନ ଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଭୋଟିଂ ପାଇଁ ଇଭିଏମ ମଧ୍ୟ ଆସି ପହଞ୍ଚିଛି ।  ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପଦ୍ମପୁର ସହରର ଆରଏମସି ଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି ।

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ଲକ୍ଷ ୫୭ହଜାର ୪୭୪ ଭୋଟର ରହିଥିବା ବେଳେ  ୩୧୯ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ଝାରବନ୍ଧ ବ୍ଲକରେ ୭୪, ପାଇକମାଳରେ ୧୧୦, ରାଜବୋଡାସମ୍ବରରେ ୧୨୨ ଓ ପଦ୍ମପୁର ଏନଏସିରେ ୧୩ଟି ବୁଥ୍ ରହିଛି । ୩୧୯ବୁଥ୍ ମଧ୍ୟରେ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ମଡେଲ ବୁଥ୍ ରହିଛି । ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ୩୬୦ଟି ପୋଲିଂ ପାର୍ଟି ନିଯୁକ୍ତ କରାଯାଇଛି ।