କନକ ବ୍ୟୁରୋ : ଦିନକ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ୫ତାରିଖ ସୋମବାର ଦିନ ମତଦାନ ଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଭୋଟିଂ ପାଇଁ ଇଭିଏମ ମଧ୍ୟ ଆସି ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପଦ୍ମପୁର ସହରର ଆରଏମସି ଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ଲକ୍ଷ ୫୭ହଜାର ୪୭୪ ଭୋଟର ରହିଥିବା ବେଳେ ୩୧୯ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ଝାରବନ୍ଧ ବ୍ଲକରେ ୭୪, ପାଇକମାଳରେ ୧୧୦, ରାଜବୋଡାସମ୍ବରରେ ୧୨୨ ଓ ପଦ୍ମପୁର ଏନଏସିରେ ୧୩ଟି ବୁଥ୍ ରହିଛି । ୩୧୯ବୁଥ୍ ମଧ୍ୟରେ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ମଡେଲ ବୁଥ୍ ରହିଛି । ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ପାଇଁ ୩୬୦ଟି ପୋଲିଂ ପାର୍ଟି ନିଯୁକ୍ତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/padmapur-vote-689x430-1.jpg)