କନକ ବ୍ୟୁରୋ: ଚାଲିଛି ପଦ୍ମପୁର ପରୀକ୍ଷା, ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଜାରି ରହିଥିବାବେଳେ ଇଭିଏମରୁ ଖୋଲୁଛି ନେତାଙ୍କ ଭାଗ୍ୟ । । ପଦ୍ମପୁରରୁ ଆସିଲା ଷଷ୍ଠ ରାଉଣ୍ଡର ଟ୍ରେଣ୍ଡ । ଷଷ୍ଠ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୩୨୨ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଷଷ୍ଠ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୬୬୮ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୩୬୬ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୨୫ ଭୋଟ ମିଳିଛି ।

Advertisment

ଏବେ ସୁଦ୍ଧା ବିଜେଡି ମୋଟ ୧୦ ହଜାର ୭୦୪ ଭୋଟରେ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୩୧ ହଜାର ୮୮୬, ବିଜେପି ୨୧ ହଜାର ୧୮୨ ଓ କଂଗ୍ରେସ ଖାତାରେ ପଡିଛି ମୋଟ ୯୭୦ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ତେବେ ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।