ଉପନିର୍ବାଚନ ବେଳେ ରେଳ ଲାଇନ କଥା କହି ବିଜେଡିର ଟାଗେର୍ଟ : ପଦ୍ମପୁର ଦେଇ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପ କେନ୍ଦ୍ରର ଧୂଆଁବାଣ

202

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଉଠାଇଲା ରେଳଲାଇନ୍ ପ୍ରସଙ୍ଗ । ୨୦୧୮ ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂଆ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ । ରେଳ ଲାଇନ୍ ପାଇଁ ରାଜ୍ୟ ସରକାର ମାଗଣା ଜମି ସହିତ ୩୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ହେଲେ ଏଯାଏ ଇଟା ଖଣ୍ଡେ ପଡିନି ବୋଲି ବିଜେଡି କହିଛି ।

ଏପରି କରି କେନ୍ଦ୍ର ସରକାର ଭୂଆଁ ବୁଲାଇବା ଛଡା ଆଉ କିଛି କରିନାହାନ୍ତି ବୋଲି ଶାସକ ଦଳ କହିଛି । ଏ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି । ପଶ୍ଚିମ ଓଡ଼ିଶାବାସୀ ବିଶେଷ କରି ବରଗଡ଼, ନୂଆପଡ଼ା ଏବଂ ପଦ୍ମପୁର ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ରେଳଲାଇନ ପ୍ରକଳ୍ପ ମଞ୍ଜୁର କରିବା ଦରକାର ବୋଲି ବିଜେଡି କହିଛି ।