କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେଇସାରିିଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଜାରି ରହିଛି । ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା ଦିବଙ୍ଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ବଡଝିଅ । ଚର୍ଚ୍ଚା ହେଉଛି ବିଜେଡି ମଧ୍ୟ ବର୍ଷା ବରିହାଙ୍କ ନାଁରେ ମୋହର ମାରି ସାରିଛି । ଦିନେ ଦୁଇଦିନ ଭିତରେ ଦଳ ଅନୁଷ୍ଠାନିକ ଭାବେ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ସୂଚନା ମିଳୁଛି ।
ବିଜୟରଂଜନ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପିନର୍ବାଚନ ହେଉଛି । ତେଣୁ ବରିହା ପରିବାରର ଜଣକୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଥିଲା । ଏହାଦ୍ୱାରା ସମବେଦନା ଭୋଟ ଓ ବିଜୟରଂଜନ ବରିହାଙ୍କ ପକେଟ ଭୋଟ ବିଜେଡି ଖାତକୁ ଆସିବ ଓ ବିଜୟ ସହଜ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଆଉ ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ୍ ଦେବାକୁ ନୂଆ ରଣନୀତି କରିଛି । ସେପଟେ ଧାମନଗର ଉପନିର୍ବାଚନ ବିଜୟ ହେବା ପରେ ପଦ୍ମପୁରରେ ବିଜୟଧାରାକୁ ବଜାୟ ରଖିବା ପାଇଁ ବିଜେପି ଲକ୍ଷ୍ୟ ରଖିଛି । ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୂଚନା ରହିଛି ଆସନ୍ତା ୧୪ ତାରିଖରେ ସେ ନାମାଙ୍କନ କରିବେ । ସେପଟେ କଂଗ୍ରେସ ସତ୍ୟ ଭୂଷଣ ସାହୁଙ୍କ ଉପରେ ପୁଣି ଥରେ ଭରସା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/14-12.jpg)