ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ: ପରିବହନ ମନ୍ତ୍ରୀ କହିଲେ, ଯଦି ଟ୍ରେନ୍ କିମ୍ବା ଏୟାରଲାଇନ୍ ଖୋଲିବନି ତେବେ ବସରେ ଅଣାଯିବ: ରାଜ୍ୟରେ ଥିବା ୧୫ ହଜାର ବସକୁ ବ୍ୟବହାର କରାଯିବ

Advertisment
ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ: ପରିବହନ ମନ୍ତ୍ରୀ କହିଲେ, ଯଦି ଟ୍ରେନ୍ କିମ୍ବା ଏୟାରଲାଇନ୍ ଖୋଲିବନି ତେବେ ବସରେ ଅଣାଯିବ: ରାଜ୍ୟରେ ଥିବା ୧୫ ହଜାର ବସକୁ ବ୍ୟବହାର କରାଯିବ

କନକ ବ୍ୟୁରୋ: ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏହାର ମଧ୍ୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯଦି ଟ୍ରେନ କିମ୍ବା ଏୟାରଲାଇନ୍ସ ଖୋଲିବନି ତେବେ ବସରେ ଅଣାଯିବ । ରାଜ୍ୟ ପାଖରେ ୧୫ ହଜାର ବସ ଅଛି । ସେଗୁଡିକ ବ୍ୟବହାର କରାଯିବ । ଅନ୍ୟ ପାଖାପାଖି ରାଜ୍ୟଗୁଡିକରୁ ବି ଅଣାଯିବ । ଯଦି ଅନ୍ୟ ରାଜ୍ୟରୁ ସମ୍ଭବ ହେବ ସେମାନଙ୍କୁ ପରିବହନ ମୂଲ୍ୟ ଦେଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । ବସରେ ଆସିବା ସମୟସାପେକ୍ଷ । ଯଦି ସ୍ୱତନ୍ତ୍ର ଟ୍ରେନରେ ଅଣାଯିବାର ବ୍ୟବସ୍ଥା କେନ୍ଦ୍ର ସରକାର କରନ୍ତି ତେବେ ଭଲ ହେବ ।

ଗୁଜରାଟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗତକାଲି ବଡ ନିଷ୍ପତି ନେଇଥିଲେ ରାଜ୍ୟ ସରକାର । ବସ୍ ଯୋଗେ ରାଜ୍ୟକୁ ନିରାପଦରେ ପ୍ରବାସୀ ଓଡିଆ ଶ୍ରମିକ ଫେରିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଲୋଚନା କରି ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ବସ ଯୋଗେ ପ୍ରବାସୀ ଓଡିଶାଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କ ସହ ରୋଡ ଟ୍ୟାସ୍କ ଛାଡ କରିବା ନେଇ ସରକାର କଥା ହେବା ସହ ଏଥିପାଇଁ ଦୁଇ ରାଜ୍ୟର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ କରାଯିବା ନେଇ ନିଷ୍ପତି ହୋଇଥିଲା । ଏବଂ ବସ୍ ଯୋଗେ ଫେରିବା ପରେ ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କ ପଂଜିକରଣ ବାଧ୍ୟତାମୂଳକ କରାଯିବା ସହ ସେମାନଙ୍କୁ ୧୪ ଦିନିଆ କ୍ୱାରେନ୍ଟାଇନରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe