ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସର ବାରମ୍ବାର ଦୁର୍ଘଟଣା ନେଇ ଚାଲିଛି ତର୍ଜମା: ଟ୍ରେନରେ ଆସିବା ପାଇଁ ଉଦ୍ୟମ କରିବାକୁ ମନ୍ତ୍ରୀଙ୍କ ଅପିଲ; ବସରେ ଆସିଲେ ଅଭିଜ୍ଞ ଡ୍ରାଇଭର ଓ ଭଲ ବସ ନେଇ ଆସିବାକୁ ପରାମର୍ଶ

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସର ବାରମ୍ବାର ଦୁର୍ଘଟଣା ନେଇ ଚାଲିଛି ତର୍ଜମା: ଟ୍ରେନରେ ଆସିବା ପାଇଁ ଉଦ୍ୟମ କରିବାକୁ ମନ୍ତ୍ରୀଙ୍କ ଅପିଲ; ବସରେ ଆସିଲେ ଅଭିଜ୍ଞ ଡ୍ରାଇଭର ଓ ଭଲ ବସ ନେଇ ଆସିବାକୁ ପରାମର୍ଶ

କନକ ବ୍ୟୁରୋ: ପ୍ରବାସୀଙ୍କୁ ନେଇ ଆସୁଥିବା ବସଗୁଡିକରେ ବାରମ୍ବାର ଦୁର୍ଘଟଣାର କାରଣ ବିଷୟରେ ତର୍ଜମା ଚାଲିଛି । ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ପ୍ରବାସୀଙ୍କୁ ନେଇ ଆସୁଥିବା ଗାଡିତୁ ଚେକ ପଂଏଟରେ ସତର୍କ ଓ ସଚେତନ କରାଯିବ । ବେପରୁଆ ଗାଡି ଚାଳକଙ୍କ ଉପରେ ନଜର ରଖାଯିବ । ଏହା ସହ ପ୍ରବାସୀଙ୍କୁ ଓଡିଆ ବ୍ୟସ୍ତ ବିବ୍ରତ ନ ହୋଇ ଟ୍ରେନ ଯୋଗେ ଆସିବା ପାଇଁ ଉଦ୍ୟମ କରିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ । ବସରେ ଆସିଲେ ଅଭିଜ୍ଞ ଡ୍ରାଇଭର ଓ ଭଲ ବସ ନେଇ ଆସିବାକୁ ପ୍ରବାସୀ ଓଡିଆଙ୍କୁ କହିଛନ୍ତି ପରିବହନ ମନ୍ତ୍ରୀ ।

ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ, ବସ ଯେତେ ଅଧିକ ଆସିବ ଦୁର୍ଘଟଣା ମଧ୍ୟ ସେତେ ମାତ୍ରାରେ ବୃଦ୍ଧିପାଇବାର ଆମେ ପୂର୍ବରୁ ଆଶଙ୍କା କରୁଥିଲୁ ମାତ୍ର ଘାଟି ପାହାଡ ଅଂଚଳରେ ଯେଉଁ ବସ୍ ଦୁର୍ଘଟଣା ଘଟୁଥିଲା ତାହା ବର୍ତ୍ତମାନ ସାଧାରଣ ରାସ୍ତାରେ ମଧ୍ୟ ହେଉଛି । ତେଣୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଚାଳକଙ୍କୁ ଏଥିପାଇଁ ଏଂଟି ପଏଂଟରେ ସତର୍କ କରାଯାଉଛି । କିନ୍ତୁ ରାତିରେ ଗାଡି ଚଳାଇବାର ଏମାନଙ୍କ ଅଭିଜ୍ଞତା ନାହିଁ , ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ମନ୍ତ୍ରୀ । ଏଥିସହିତ ଏଥିରେ ବିଚଳିତ ନହୋଇ ଯେଉଁଠି ଟ୍ରେନ ସୁବିଧା ଦିଆଯାଇଛି ସେଠାରୁ ଲୋକେ ବସ ପରିବର୍ତ୍ତେ ଟ୍ରେନରେ ଆସିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ମନ୍ତ୍ରୀ ।

ଅନ୍ୟପଟେ, ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ରାଜ୍ୟରେ ଗଡିବନି ଘରୋଇ ବସ । ନିଜ ଜିଦରେ ଅଟଳ ରହିଲା ଘରୋଇ ବସ ମାଲିକ ସଂଘ । ଗ୍ରୀନ ଜୋନରେ ୫୦ ପ୍ରତିଶତ ଲୋକଙ୍କୁ ବସ ଚଳାଇବାକୁ ଅନୁମତି ଦେଇଥିଲେ ସରକାର । ସିଟ ହାର ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ ଚଳାଇବାକୁ ସରାକାର କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe