କନକ ବ୍ୟୁରୋ: ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର ଗାଁ । ଗାଁ ସାରା ପୋଲିସ ଛାଉଣୀ । ଗୋଟିଏ ପରେ ଗୋଟିଏ ଘର ବୁଲି ବୁଲି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗିରଫ ଭୟରେ ସାରା ଗାଁ ଏବେ ଖାଁ ଖାଁ । ଚାରିଆଡ ଶୁନସାନ । ମଞ୍ଚେଶ୍ୱର ଥାନା ଆଇଆଇସି ଓ ଏସପି ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି । ଗତ ୬ ତାରିଖ ରାତିରେ ସୁଧ କାରବାରକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୋମାମାଡ଼ ସହ ସହ କାଚ ବୋତଲ ଓ ଢ଼େଲା ମାଡ଼ ହୋଇଥିଲା । ଆଉ ଏବେ ପୂରା ଗାଁ ପାଲଟିଛି ପୋଲିସ ଛାଉଣୀ ।