କନକ ବ୍ୟୁରୋ: ୧୦ ହଜାର ନେଲେ, ହେଲେ ସୁଝିବେ ୧୦ରୁ ୧୫ ଲକ୍ଷ । ରାଜଧାନୀରେ ଚାଲିଛି ସୁଧ ବେପାରୀଙ୍କ ରାଜ । ସାମ୍ନାକୁ ଆସିଛି ସୁଧ କାରବାରର ସାଂଘାତିକ ଚିତ୍ର । ବାପା ନେଇଥିଲେ ୧୦ ହଜାର ଟଙ୍କା ସୁଧ । ବାପାଙ୍କ ମୃତ୍ୟୁର ୧୦ ବର୍ଷ ପରେ ବି ପୁଅ ସୁଧ ଟଙ୍କା ସୁଝି ଚାଲିଛି । ପଦ୍ମକେଶରୀପୁର ଗାଁର ପ୍ରଦୀପ ଦାସଙ୍କ ଏହି କାହାଣୀ ଆପଣଙ୍କ ହୋସ୍ ଉଡାଇଦେବ । ବାପାଙ୍କ ସୁଧ ଟଙ୍କା ପାଇଁ ୮୦ ହଜାର ଟଙ୍କା ସୁଝି ସାରିଥିଲେ ମଧ୍ୟ ଗୁଣ୍ଡା ଆହୁରି ୧୦ରୁ ୧୫ ଲକ୍ଷ ଟଙ୍କା ମାଗୁଛନ୍ତି । ନଦେଲେ ଡିହଜମି ହଡପ କରିବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ।