ପୁଣି ଅଶାନ୍ତ ହେଲ ରାଜଧାନୀ ସ୍ଥିତ ପଦ୍ମକେଶରୀପୁର । ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ । ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

109

କନକ ବ୍ୟୁରୋ: ପୁଣି ଅଶାନ୍ତ ପଦ୍ମକେଶରୀପୁର । ରାଜଧାନୀ ସ୍ଥିତ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏହି ଅଞ୍ଚଳରେ ହୋଇଛି ବୋମାମାଡ । ସୁଧ ଟଙ୍କା କାରବାରକୁ ନେଇ ଏହି ବୋମାମାଡ ହୋଇଥିବା ଜଣାପଡିଛି । ଗାଁର ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏବେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁଧ ଟଙ୍କା ଆଦାୟ କରିବାକୁ ନେଇ ଏହି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଗତବର୍ଷ ଅକ୍ଟୋବରରେ ମଧ୍ୟ ସମାନ ଘଟଣା ଘଟିଥିଲା । ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ହିଂସା ଦେଖାଦେଇଥିଲା । ପରେ ପୋଲିସ ୭୭ଜଣ ପୁରୁଷ ଏବଂ ୫୦ ମହିଳାଙ୍କୁ ଗିରଫ କରିଥିଲା ପୋଲିସ ।