ପ୍ରଶାସନର ନାକ ତଳେ ମହାଜନୀ କାରବାରର ତାଲିବାନୀ ଚିତ୍ର । କିଛି ଟଙ୍କା ଉଧାରି ପାଇଁ ଲକ୍ଷ ଲକ୍ଷ ଟଙ୍କା ଗଣି ହେଉଛନ୍ତି ସର୍ବସ୍ୱାନ୍ତ

81

କନକ ବ୍ୟୁରୋ : ମହାଜନୀ ବା ସୁଧ କାରବାର, ଏ ବାବଦରେ ଉଣା ଅଧିକେ ସମସ୍ତେ ଜାଣିଥିବେ। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଅର୍ଥାତ ପ୍ରଶାସନର ନାକ ତଳେ ପଦ୍ମକେଶରୀପୁରରେ ସୁଧ କାରବାର ଏପରି ଭୟଙ୍କର ରୂପ ନେଇଛି, ତାହା ଅନେକଙ୍କୁ ଜଣା ନଥିବ। ଏଠିକାର ନିୟମ କାଇଦା ମଧ୍ୟ ସମ୍ପୁର୍ଣ୍ଣ ନିଆରା । ସୁଧିଆଙ୍କ ଜୁଲମ କୌଣସି ତାଲିବାନୀ ଶାସନ ଠାରୁ କମ ନୁହେଁ। ଯଦି ବିଶ୍ୱାସ ହେଉନି, ତାହେଲେ ଏହି ଗାଁର ଅଞ୍ଜିତା ଦାସଙ୍କ କାହାଣୀ ଶୁଣନ୍ତୁ।

ଝିଅର ଦେହ ଖରାପ ହେବାରୁ ସେହି ଗାଁର ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଆଣିଥିଲେ ଅଞ୍ଜିତା। ସୁଧ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଦେଇ ସାରିଲେଣି। କିନ୍ତୁ ତା’ପରେ ବି ସୁଧ ସରୁନି। ମୂଳ ଟଙ୍କା ସୁଝିବା ପାଇଁ ହେଲେ ଘର ଡିହକୁ ସୁଧିଆକୁ ଦେବା ପାଇଁ ପଡିବ ନହେଲେ ପିଢି ପରେ ପିଢି ଏହିଭଳି ଜୀବନ ସାରା ଟଙ୍କା ଦେବାକୁ ପଡିବ। ଶୁଣନ୍ତୁ ଅଞ୍ଜିତା ମୁହଁରୁ ଅତ୍ୟାଚାରର କାହାଣୀ..

ସେପଟେ ମହାଜନୀ କାରବାର ନେଇ ଥାନାରେ ଅଭିଯୋଗ ହେଲେ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି। ଗାଁରେ ପହଂଚି ସୁଧ କାରବାର ବାବଦରେ ତଦନ୍ତ କରାଯାଇ ଏହି ବେଆଇନ କାରବାର ଉପରେ ରୋକ ଲଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ନେତା।

ସୁଧ ପାଇଁ ଗାଁରେ ଦଙ୍ଗା ହେବା ପରେ, ପଦ୍ମକେଶରୀପୁର ଏବେ ପୁରୁଷ ଶୂନ୍ୟ ହୋଇଯାଇଛି । ଆଉ ଏବେ ପୁଲିସ ଗିରଫଦାରୀ ଭୟରେ ମହିଳାମାନେ ବି ଗାଁ ଛାଡି ବାହାରକୁ ଚାଲିଯାଇଛନ୍ତି।