କନକ ବ୍ୟୁରୋ : ପଦ୍ମବେଶରେ ଦର୍ଶନ ଦେଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ବିରଳ ପଦ୍ମବେଶରେ ସଜ୍ଜିତ ହୋଇଅ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡିଲେ ଏହି ପଦ୍ମବେଶରେ ସଜେଇ ହୋଇଥାନ୍ତି ମହାପ୍ରଭୁ ଜଗନ୍ନାଥ । କାଲି ମଧ୍ୟରାତିରେ ଶ୍ରୀଜିଉମାନଙ୍କୁ ପଦ୍ମବେଶରେ ଭୂଷିତ କରିଛନ୍ତି ସେବାୟତ ।

Advertisment

ଆଜି ସକାଳେ ମଙ୍ଗଳ ଆରତୀ ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପରମ୍ପରା ଅନୁଯାୟୀ ପଦ୍ମବେଶ ହେବା ପରେ ଶ୍ରୀଜିଉଙ୍କୁ ଖିରି ଓ ଅମାଲୁ ଭୋଗ ଲାଗି କରାଯାଇଥିଲା । ସେହିପରି ପଦ୍ମବେଶରେ ଥାଇ ଠାକୁରଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇଛି ।