ପ୍ରତିଭା ରାୟଙ୍କୁ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାର । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଡ ସମ୍ମାନ ।

130

କନକ ବ୍ୟୁରୋ: ଘୋଷଣା ହେଲା ସମ୍ମାନଜନକ ପଦ୍ମ ସମ୍ମାନ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପୁରସ୍କାର । ସାହିତ୍ୟ କ୍ଷେତ୍ରରେ ନିଜର ସାଧନା ପାଇଁ ପ୍ରତିଭାଙ୍କୁ ମିଳିବ ବଡ ସମ୍ମାନ ।

ତେବେ ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ଘୋଷଣା ପରେ ପ୍ରତିକ୍ରିୟା ରଖିଛେନ୍ତି ପ୍ରତିଭା ରାୟ । କହିଛନ୍ତି ଏ ସମ୍ମାନ ମୋ ରାଜ୍ୟର, ମୋ ଭାଷାର… ଏ ସମ୍ମାନ ବ୍ୟକ୍ତିଙ୍କୁ ନୁହେଁ ସାହିତ୍ୟକୁ ମିଳିଛି । ଏ ସମ୍ମାନ ମୋ ଶୁଭ୍ଚେ୍ଛୁ, ମୋ ସମାଲୋକଚ, ମୋ ପାଠକ ପାଠିକାଙ୍କୁ ସମର୍ପିତ କରୁଛି । ଆଞ୍ଚଳିକ ଭାଷାର ସଙ୍କଟ ନେଇ ଯେତେବେଳେ ସାରା ବିଶ୍ୱରେ ହୁରି ପଡୁଛି ସେତେବେଳେ ଓଡିଆ ସାହିତ୍ୟ କ୍ଷେତ୍ରକୁ ଏ ସମ୍ମାନ ପ୍ରେରଣା ଦେବ ବୋଲି କହିଛନ୍ତି ପ୍ରତିଭା ରାୟ ।

ପ୍ରତିଭା ରାୟ ! ଓଡିଶାର କେବଳ ଏକ ନାଁ ନୁହଁନ୍ତି… ପ୍ରତିଟି ଲେଖକର ଶବ୍ଦ ସମ୍ଭାର । କବିତା, ଗଳ୍ପ, ଉପନ୍ୟାସର ମୂର୍ଚ୍ଚନା । ଯୁବପିଢିଙ୍କ ପାଇଁ ପ୍ରେରଣା । ପ୍ରତିଟି ଓଡିଆଙ୍କ ଘରର ବହି ଥାକରେ କିଛି ଥାଉ କି ନଥାଉ, ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଥିବ, ବର୍ଷା-ବସନ୍ତ- ବୈଶାଖ ଥିବ… ମୋକ୍ଷ ଥିବ, ଶିଳାପଦ୍ମ ଥିବ… ତେବେ ୨୦୦୭ ମସିହାରେ ପ୍ରତିଭା ରାୟଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ୨୦୦୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୧୧ରେ ଜ୍ଞାନପୀଠ ପୁରସ୍କାର ଭଳି ଅନେକ ସମ୍ମାନରେ ସେ ସମ୍ମାନିତ ।