କନକ ବ୍ୟୁରୋ: ପଦମପୁର ଉପନିର୍ବାଚନର ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି ଯେତେବେଳେ ମଧ୍ୟ ମତଦାନ ଅଧିକ ହୁଏ ସେତେବେଳେ ଜଣାପଡେ ଯେ ଆଣ୍ଟି ଇନ୍ କମ୍ବିନେସି ୱେଭ ରହିଛି । ଅର୍ଥାତ ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି । ତେଣୁ ଆମେ ଆଶାବାଦୀ ରହିଛୁ ।

Advertisment

ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ଶତପ୍ରତିଶତ ପରିଶ୍ରମ କରିଛି । ଆଶା ରହିଛି ଯେ ପଦମପୁରବାସୀ ଆମକୁ ଆଶୀର୍ବାଦ କରିବେ ଏବଂ ପଦମପୁରରେ ପଦ୍ମ ଫୁଟିବ । ତେବେ କେତେ ବ୍ୟବଧାନ ରହିବା ତାକୁ ଏବେ କହିବା ଠିକ ନୁହେଁ ବୋଲି ଅପରାଜିତା କହିଛନ୍ତି । ଏହି ସମୟରେ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ଯ ନବୀନ ଫ୍ୟାକ୍ଟର କାମ ଦେବନା ନାହିଁ । ଏହାର ଉତ୍ତରରେ ଅପରାଜିତା କହିଥିଲେ ଯେ ନିର୍ବାଚନରେ କୌଣସି ଫ୍ୟାକ୍ଟର କାମ ଦିଏ ନାହିଁ । ପଦମପୁରବାସୀ ପୂର୍ବରୁ ନିର୍ଣ୍ଣୟ କରିଥିଲେ କାହାକୁ ଭୋଟ ଦେବେ ତେଣୁ ଆସନ୍ତା ଆଠ ତାରିଖରେ ସ୍ପଷ୍ଟ ହେଇଯିବ ବାସ୍ତବ ସ୍ଥିତି କଣ ।

ଉପନିର୍ବାଚନର ମତଦାନ ଶେଷ ହେବା ପରେ ବର୍ତ୍ତମାନ ବିଭିନ୍ନ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଅପରାଜିତାଙ୍କ ଏହି ପ୍ରତିକ୍ରିୟା ଦଳର ପ୍ରଦର୍ଶନକୁ ସ୍ପଷ୍ଟ କରୁଛି ।