କନକ ବ୍ୟୁରୋ: ରାଷ୍ଟ୍ରପତି ଭବନର ଅଶୋକା ହଲରେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ମୋଟ ୪୩ ଜଣଙ୍କୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ନାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏମାନଙ୍କ ମଧ୍ୟରେ ଅଛନ୍ତି ତିନିଜଣ ଓଡିଆ । ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଓ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ର ଶେଖର ରଥଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ସ୍ୱର୍ଗତ ରଥଙ୍କୁ ମରୋଣତର ପଦ୍ମଶ୍ରୀ ପ୍ରଦାନ କରାଯାଇଥିବାବେଳେ ତାଙ୍କ ପତ୍ନୀ ଚରୁବାଳା ରଥ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।
ଉଲ୍ଲେଖ ଥାଉ କି, ରାଷ୍ଟ୍ରପତି ଭବନର ଅଶୋକ ହଲରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ପଦ୍ମ ପୁରସ୍କାର ତୃତୀୟ ପର୍ଯ୍ୟାୟ ବିତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଜଣ ଓଡ଼ିଆଙ୍କ ସମେତ ମୋଟ ୪୩ ଜଣଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ପଦ୍ମଶ୍ରୀ ପରୁସ୍କାରରେ ସମ୍ମାନିତ କରିଛନ୍ତି । ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ରହୁଥିବା ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ପୁରୁଷୋତ୍ତମ ମିଶ୍ର, ବିଶିଷ୍ଟ ସ୍ୱାଧାନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଓ ଶିକ୍ଷାବିତ୍ ତଥା ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ର ଶେଖର ରଥ ରହିଛନ୍ତି।
ସ୍ୱର୍ଗତ ରଥଙ୍କ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ତାଙ୍କ ପତ୍ନୀ ଚାରୁବାଳା ରଥ ଗ୍ରହଣ କରିଥିଲେ । ଗତକାଲିର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ୨୦ ତାରିଖରେ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ବିତରଣ ଉତ୍ସବରେ ଦୁଇ ଓଡ଼ିଆ ପ୍ରଭାକର ମହାରଣା ଓ ଗୋବର୍ଦ୍ଧନ ପାଣିକା ସମ୍ମାନିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/award.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-03-08h19m35s836-300x240.png)
/kanak/media/post_attachments/wp-content/uploads/2018/04/vlcsnap-2018-04-03-08h20m18s902-300x240.png)