କନକ ବ୍ୟୁରୋ: ପଦ୍ମଶ୍ରୀ କମଳାଙ୍କୁ ଶେଷ ବିଦାୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଜନ୍ମମାଟି କୋରାପୁଟ ପାତ୍ରପୁଟରେ ସମ୍ପନ୍ନ ହେବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ। କିଛି ସମୟ ପରେ ଜିଲ୍ଲା ମେଡିକାଲରୁ ଶୋଭାଯାତ୍ରା ବାହାରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ଶେଷକୃତ୍ୟ ସମ୍ପନ କରାଯିବ, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ କମଳା ପୂଜାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ।
କଟକରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀର କୋରାପୁଟରେ ପହଞ୍ଚିଥିବା ବେଳେ ଆଜି ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ। କିଡ଼ନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ଭୋର ୫ଟାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/kamala.jpg)