କନକ ବ୍ୟୁରୋ: ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମମାଟି କୋରାପୁଟ ପାତ୍ରପୁଟରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ। ଜୟପୁର ମେଡିକାଲରୁ ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ପାତ୍ରପୁଟକୁ ନିଆଯାଇଥିଲା । ଗାଁ ମଶାଣୀରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Advertisment

ଶେଷକୃତ୍ୟ ସମୟରେ ସେଠାରେ କମଳାଙ୍କ ସମ୍ପର୍କୀୟଙ୍କ ସହ ଜିଲ୍ଲାପାଳ ଓ ଏସପି ଉପସ୍ଥିତି ଥିଲେ । ଅଧିକାରୀଙ୍କ ଉପସ୍ଥିତିରେ କମଳା ପୂଜାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । କିଡ଼ନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ଭୋର ୫ଟାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଥିଲା।