ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଛି ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଇଟି କବିତା । ଗୁଲଜାରଙ୍କ କବିତା ସଂକଳନ ‘ଏ ପୋଏମ ଏ ଡେ’ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା ।
ପଂଚାମୃତ ଓ ଚିଠି ଦେଉଛିରେ ହଳଧର ଏହି ଦୁଇଟି କବିତାକୁ ପୁସ୍ତକର ପ୍ରଥମେ ସ୍ଥାନ ଦିଆଯାଇଛି । ସଂକଳନରେ ରହିଛି ୩୪ ଟି ଭାଷାର ୨୭୯ କବିଙ୍କ ୩୬୫ କବିତା । ଗୁଲଜାରଙ୍କ ଦ୍ୱାରା ସଂକଳିତ କବିତା ସଂକଳନର ଏକ କପି ହଳଧର ପାଇବା ପରେ ଧନ୍ୟବାଦ ଜଣାଇଛନ୍ତି । ଗତ ୨୦୧୯ ମସିହାରେ ହଳଧର ନାଗଙ୍କୁ ନେଇ ଗୁଲଜାର ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଓଡିଶାର ଆଦିବାସୀ ସଂସ୍କୃତି ଓ ହଳଧରଙ୍କ କବିତା ସ୍ଥାନ ଦିଆଯାଇଥିଲା । /kanak/media/post_attachments/wp-content/uploads/2020/12/poems-293x300.jpg)
Follow Us
/kanak/media/post_attachments/wp-content/uploads/2020/12/18haldhar1_10-05-2016_16_9_39-300x150.jpg)