ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଲେ ହଳଧର : ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା 

181

ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଛି ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଇଟି କବିତା । ଗୁଲଜାରଙ୍କ କବିତା ସଂକଳନ ‘ଏ ପୋଏମ ଏ ଡେ’ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା  ।

ପଂଚାମୃତ ଓ ଚିଠି ଦେଉଛିରେ ହଳଧର ଏହି ଦୁଇଟି କବିତାକୁ ପୁସ୍ତକର ପ୍ରଥମେ ସ୍ଥାନ ଦିଆଯାଇଛି । ସଂକଳନରେ ରହିଛି ୩୪ ଟି ଭାଷାର ୨୭୯ କବିଙ୍କ ୩୬୫ କବିତା । ଗୁଲଜାରଙ୍କ ଦ୍ୱାରା ସଂକଳିତ କବିତା ସଂକଳନର ଏକ କପି ହଳଧର ପାଇବା ପରେ ଧନ୍ୟବାଦ ଜଣାଇଛନ୍ତି । ଗତ ୨୦୧୯ ମସିହାରେ ହଳଧର ନାଗଙ୍କୁ ନେଇ ଗୁଲଜାର ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଓଡିଶାର ଆଦିବାସୀ ସଂସ୍କୃତି ଓ ହଳଧରଙ୍କ କବିତା ସ୍ଥାନ ଦିଆଯାଇଥିଲା ।