କନକ ବ୍ୟୁରୋ: ପଦ୍ମଶ୍ରୀ ସମ୍ମାନ ଏବଂ ଡକ୍ଟରେକ୍ଟ ସମ୍ମାନ ପାଇବା ପରେ ମଧ୍ୟ ମନରେ ନାହିଁ ଟିକିଏ ଗର୍ବ କି ଅହଙ୍କାର । ଜଣେ ପ୍ରତିଷ୍ଠିତ କବି ଓ ଲେଖକ ହୋଇ ମଧ୍ୟ ଭୁଲି ନାହାନ୍ତି ନିଜ ପାରମ୍ପରିକ ବେଉସା । ପଦ୍ମଶ୍ରୀ ସମ୍ମାନ ମିଳିବା ପୂର୍ବର ଯେଉଁଭଳି ଭାବେ ରଥଯାତ୍ରାରେ ରାଗଚଣା ବିକ୍ରି କରୁଥିଲେ, ଆଜି ମଧ୍ୟ ସମାନ ଢଙ୍ଗରେ ରାଗଚଣା ବିକ୍ରି କରିଛନ୍ତି ଲୋକ କବି ଭାବେ ପରିଚିତ ପହ୍ମଶ୍ରୀ ହଳଧର ନାଗ । ରଥଯାତ୍ରା କିମ୍ବା ବିଭିନ୍ନ ଯାନିଯାତ୍ରା । ପୂର୍ବରୁ ଘୁଗୁନି ବିକ୍ରି କରି ନିଜର ପରିବାର ପୋଷଣ କରୁଥିଲେ । ସେହି ବେଉସାକୁ ଆଜି ମଧ୍ୟ ସେ ଜୀବିତ ରଖିଛନ୍ତି ।
ଗାଁ ଲୋକଙ୍କ ଚାହିଦା ଓ ଇଚ୍ଛାକୁ ସମ୍ମାନ ଦେଇ ରଥଯାତ୍ରାରେ ଘୁଗୁନି ବିକ୍ରି କରିଛନ୍ତି । ନିଜେ ଏକ ସ୍ୱତନ୍ତ୍ର ହାତ ତିଆରି ମସଲା ତିଆରି କରିବା ସହ ରାଗଚଣା ପ୍ରସ୍ତୁତ କରିଥାନ୍ତି । ଯାହାକୁ ଲୋକେ ଖୁବ ପସନ୍ଦ କରିବା ସହ ଖାଇବା ପାଇଁ ଭିଡ଼ ଜମାଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/2-26.jpg)