ସୁର ରାଉତରାୟଙ୍କ ଉପରେ ବର୍ଷିଲେ ପଦ୍ମଶ୍ରୀ ହଳଧର ନାଗ୍ ; କହିଲେ ପୂର୍ବତନ ବିଧାୟକଙ୍କର କ’ଣ ଆଖି ନାହିଁ?

Advertisment
ସୁର ରାଉତରାୟଙ୍କ ଉପରେ ବର୍ଷିଲେ ପଦ୍ମଶ୍ରୀ ହଳଧର ନାଗ୍ ; କହିଲେ ପୂର୍ବତନ ବିଧାୟକଙ୍କର କ’ଣ ଆଖି ନାହିଁ?

କନକ ବ୍ୟୁରୋ: ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା କଲେଜ ଡ୍ରପଆଉଟଙ୍କ ସୁବିଧା ପାଇଁ ବଜେଟରେ ହାତ ଖର୍ଚ୍ଚ ପାଇଁ ଘୋଷଣା ହୋଇଛି ଯାହାକୁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କ ନା ରେ ନାମିତ କରାଯାଇଛି। ହେଲେ ଏହାକୁ ନେଇ ପୂର୍ବତନ ବିଧାୟକ ସୁର ରାଉତରାୟ ତାତ୍ସଲ୍ୟ କରି କହିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ପଦ୍ମଶ୍ରୀ ହଳଧର ନାଗ୍ ।

ମାଧୋ ସିଂ କିଏ? ସେ କେଉଁ ରାଜ୍ୟର ବୋଲି ଜଟଣୀ ପୂର୍ବତନ ବିଧାୟକ ସୁର ରାଉତରାୟ କହିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହଳଧର ନାଗ। ପୂର୍ବତନ ବିଧାୟକଙ୍କ ଆଖି ନାହିଁ ନା ସେ କେବଳ ପୂର୍ବତଟକୁ ଓଡିଶା ବୋଲି ଭାବନ୍ତି ? ଏବଂ ପଶ୍ଚିମାଞ୍ଚଳକୁ ବୋଧେ ଓଡିଶାର ଅଂଶ ବୋଲି ଭାବୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ହଳଧର ନାଗ୍ । ଗୋଟିଏ ପରିବାରର ୫ଜଣ ବ୍ୟକ୍ତିତ୍ୱ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ନିଜ ଜନ୍ମମାଟି ଘେଁସର ମାଟିର ଗୌରବାନ୍ୱିତ କରିଗଲେ କିନ୍ତୁ ତାଙ୍କ ବିଷୟରେ ଏପରି ମନ୍ତବ୍ୟ ଦେଇ ସୁର ରାଉତରାୟ ତାଙ୍କୁ ଅପମାନିତ କରିଛନ୍ତି । ତେଣୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହଳଧର ନାଗ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe