କନକ ବ୍ୟୁରୋ: ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ । ପଦ୍ମପୁର ଉପଖଣ୍ଡ ଘେଁସରେ ଚାଲିଥିବା ଦୁର୍ଗା ପୂଜା ଅବସରରେ ପଦ୍ମଶ୍ରୀ ହଳଧର ନାଗ ଲଙ୍କେଶ୍ୱରୀ ବେଶରେ ସହର ପରିକ୍ରମାର କରିଥିଲେ ।

Advertisment

ପୂରାଣ ଅନୁସାରେ ରାବଣ ମାତା ସୀତାଙ୍କୁ ଚୋରି କରିଥିଲେ ଓ ମାତା ସୀତାଙ୍କୁ ଠାବ କରିବା ପାଇଁ ଶ୍ରୀରାମ ହନୁମାନଙ୍କୁ ଲଙ୍କା ପଠାଇଥିଲେ । ହନୁମାନ ଲଙ୍କାକୁ ପ୍ରବେଶ କରିବା ସମୟରେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ନିଜେ ପ୍ରକଟ ହୋଇ ହନୁମାନଙ୍କୁ ଲଙ୍କାକୁ ପ୍ରବେଶକୁ ବାଧା ଦେବା ପାଇଁ ଲଢେଇ କରିଥିଲେ ଓ ହନୁମାନ ଠାରୁ ପରାସ୍ତ ହୋଇଥିଲେ । ବିଜୟା ଦଶମୀ ଦିନ ଘେଁସ ଶାରଦୀୟ ଦୁର୍ଗାପୂଜାରେ ପଦ୍ମଶ୍ରୀ ହଳଧର ନାଗ ନିଜେ ଲଙ୍କେଶ୍ୱରୀ ବେଶ ହୋଇ ହନୁମାନ ସହ ଲଢେଇ କରିଥିଲେ । ପଦ୍ମଶ୍ରୀଙ୍କ ଏହି ଅଭିନୟ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା ।