ଅନେକ ଦିନ ପର୍ୟ୍ୟନ୍ତ ରୋଗଗ୍ରସ୍ତ ହୋଇ ରହିବା ପରେ ଶେଷରେ ଡିସେମ୍ବର ୩୧ରେ ମୃତ୍ୟୁବରଣ କରିଥିଲେ ବଲିଉଡ୍ ଅଭିନେତା କାଦର ଖାନ୍ । ସେ ୨୦୦ରୁ ଅଧିକ ଫିଲ୍ମ କରିଥିବା ବେଳେ ଅନେକ ଫିଲ୍ମ ପାଇଁ ଡାଏଲଗ ଲେଖିଥିଲେ । ଏତେ ଭଲ କାମ କରିଥିଲେ ମଧ୍ୟ ସେ ବଞ୍ଚିଥିବା ସମୟରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇ ନଥିଲା । କିନ୍ତୁ ମୃତ୍ୟୁ ପରେ ତାଙ୍କର ବାକି ରହି ଯାଇଥିବା ଆଶା ପୂରଣ ହେବାକୁ ଯାଉଛି । ଦିବଂଗତ କାଦର ଖାନଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ଭାରତ ସରକାରଙ୍କ ଏହି ଘୋଷଣା କାଦର ଖାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।
ସୂଚନା ମୁତାବକ, କାଦର ଖାନ୍ ଆଫଗାନିସ୍ତାନର କାବୁଲରେ ଜନ୍ମଗ୍ରହଣ କରିଥିଲେ । କାଦର ଖାନଙ୍କ ପୂର୍ବରୁ ତାଙ୍କର ୩ଟି ଭାଇ ଜନ୍ମ ହୋଇଥିଲେ । କିନ୍ତୁ ୮ବର୍ଷ ହେଉ ହେଉ ସେମାନେ ମୃତ୍ୟୁବରଣ କରିଥିଲେ । ୩ ଜଣଙ୍କ ପରେ କାଦର ଖାନ୍ ଜନ୍ମ ହେବା ପରେ ତାଙ୍କ ମା’ କାବୁଲ ତାଙ୍କ ପିଲାମାନଙ୍କ ପାଇଁ ଅଶୁଭ ବୋଲି କହି ପରିବାରକୁ ଧରି ମୁମ୍ବାଇ ଚାଲି ଆସିଥିଲେ ବୋଲି କାଦର ଖାନ୍ ଏକ ସାକ୍ଷାତକାରରେ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/kader_khan_honoured_with_a_padma_shri_award_for_his_contribution_to_the_world_of_films_1548480721_725x725.jpg)
/kanak/media/post_attachments/wp-content/uploads/2019/01/Kader-Khan-Scroll-e1546355627198-300x158.jpg)